STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାଲକ୍ଷ୍ମୀ ନମସ୍ତୁତେ

ମହାଲକ୍ଷ୍ମୀ ନମସ୍ତୁତେ

1 min
15

     ମହାଲକ୍ଷ୍ମୀ ନମସ୍ତୁତେ
       ===========
ନମସ୍ତୁତେ ନମସ୍ତୁତେ
         ମହାଲକ୍ଷ୍ମୀ ନମସ୍ତୁତେ l
ଉଲ୍ଲୁକ ବାହନୀ ଦେବୀ
        ଦୟାମୟୀ ଜଗନ୍ମାତେ ll
ନମସ୍ତୁତେ ନମସ୍ତୁତେ
         ନମସ୍ତୁତେ ନାରାୟଣୀ l
ନମଃ ନମଃ ହରିପ୍ରିୟା
          ସାଗରରାଜ ଦୁଲଣୀ ll
ନମସ୍ତୁତେ ନମସ୍ତୁତେ
         ପରମେ ପରମେଶ୍ୱରୀ l
ସିଦ୍ଧି ବୁଦ୍ଧି ଦାତ୍ରୀ ଦେବୀ
         ଜୟ ମା ଜଗଦୀଶ୍ୱରୀ ll
ଐଶ୍ୱର୍ଯ୍ୟ ଦାୟିନୀ ଦେବୀ
       ବୈକୁଣ୍ଠ ବାସିନୀ ମାତେ l
ନମଃ ନମଃ ମହାଦେବୀ
         ବିଷ୍ଣୁପ୍ରିୟେ ନମସ୍ତୁତେ ll
ପଦ୍ମାସନୀ ପଦ୍ମାଳୟା
        ପଦ୍ମିନୀ ପଦ୍ମ ଲୋଚନୀ l
ଶଙ୍ଖ ଚକ୍ର ଗଦା ହସ୍ତା
     ନିତ୍ୟ ବନ୍ଦ୍ୟା ଠାକୁରାଣୀ ll
କମଳେ କମଳାରୁଢେ
        ଦେବୀ କମଳ ବାସିନୀ l
ଅଷ୍ଟ ରୂପେ ଅଷ୍ଟ ଲକ୍ଷ୍ମୀ
        ଅଷ୍ଟ ଐଶ୍ୱର୍ଯ୍ୟ ଦାୟିନୀ ll
ସୁର ନର ପୂଜ୍ୟା ଦେବୀ
          ଅଭୟ ବର ଦାୟିକେ l
ଜଗତ ଜନନୀ ମାତେ
        କ୍ଷୀରସାଗର କନ୍ୟକେ ll
ଶଶାଙ୍କ ଭଗିନୀ ଦେବୀ
          ନାନାଳଙ୍କାର ଭୂଷିତେ l
ଜଗଦ୍ଧାତ୍ରୀ ମହାମାୟୀ
          ମହାଲକ୍ଷ୍ମୀ ନମସ୍ତୁତେ ll
           🙏🙏🙏
               ଅର୍ଜୁନୀ
             ------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational