STORYMIRROR

ମହାଦାନୀ କର୍ଣ୍ଣ

ମହାଦାନୀ କର୍ଣ୍ଣ

1 min
195


ପରିଚୟ ପାଇଁ ଯୁଦ୍ଧ ନା

ଯୁଦ୍ଧ ପାଇଁ ପରିଚୟ ,

ସମୟ ଚକ୍ରେ ମାତା ରଖେ ଗୁପ୍ତ

ସବୁ ସମ୍ପର୍କ ଜାଗ୍ରତ କି ସୁପ୍ତ !!

ଜନନୀ ସୌଭାଗ୍ୟରୁ ବଞ୍ଚିତ

ଅଜସ୍ର ଆଶୀର୍ବାଦ ପ୍ରଦାନେ

ନାମ ହେଲା କୌଂତେୟ ରୁ ରାଧେୟ !!

ପୁଣି କେ କହେ ସୁତ ପୁତ୍ର

ସେ ଯେ ପରମ ବୀର ସୂର୍ଯ୍ୟ ପୁତ୍ର

ପରାକ୍ରମ ପୁଣି ଯୁଦ୍ଧ ଦାମ୍ଭିକତା !!

ଛଳେ ବସ କରି କୌରବ ବନ୍ଧୁ

ଦୁର୍ଯ୍ୟୋଧନ ର ଅଧର୍ମେ ସଂଗ

ନାମ ହୋଇଲା ପୁଣି ଅଙ୍ଗ ରାଜ !!

ନିଜର ପରିଚୟ ପ୍ରମାଣେ

କେତେ ଯେ ପୀଡ଼ା ମନ ଜାଣେ

ଦାନ ରେ ଦେଇ ସବୁ ଶକ୍ତି

ଅଧର୍ମେ ମତ୍ତ ଯେ ମୁଢମତି !!

ଶେଷ ସମୟ ଯେବେ ହେଲା

କୃଷ୍ଣ ତା ଲୀଳା ପ୍ରକାଶିଲା

ଧର୍ମର ଯୁଦ୍ଧ ଶେଷ ହେବ

ଯେବେ କର୍ଣ୍ଣ ହତ ହେବ !!

ବାସୁଦେବ ଯେ ଏହିମତେ

ଧର୍ମର ରକ୍ଷା ମହାଭାରତ

କର୍ଣ୍ଣ ଯେ ଯୋଦ୍ଧା ବୋଲାଇଲା

କର୍ମନୁରୁପେ ଫଳ ଯେ ବିହିଲା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics