STORYMIRROR

Goutam Mohanty

Abstract

2  

Goutam Mohanty

Abstract

ମହାଚକ୍ର

ମହାଚକ୍ର

1 min
2.8K

ଉଦୟ ସୂର୍ଯ୍ୟରେ କୁଆଁକୁଆଁ ରଡି

ଅସ୍ତସୂର୍ଯ୍ୟକୁ ମାରେ ଶେଷ ନିଶ୍ୱାସ


ମାତ୍ର ଚାଖଣ୍ଡେ ପେଟ ପାଇଁ ନାଟ

ଅଢେଇ ହାତ ଜମି ମାତ୍ର ଖୋଜେ

ଜୁଇରେ ଜଳି ନିଃଶେଷ ପର୍ଯ୍ୟନ୍ତ

ଆନ ଯାହା ଖୋଜିଛି ମୁଁ ସବୁ ମିଛ


ଜୀବନ ଖେଳର ଶେଷରେ ଆମେ

ଗାଉଥିବୁ ଚିରସତ୍ୟ ଗୋଟିଏ ପଦ

କାନ ଡେରି ଶୁଣ ନିଶ୍ଚୟ ଶୁଭୁଥିବ

ରାମ ନାମ ସତ୍ୟ ହରି ନାମ ସତ୍ୟ

ରାମ ନାମ ସତ୍ୟ ହରି ନାମ ସତ୍ୟ            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract