Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Fantasy Others

4  

Arjuni charan Behera

Fantasy Others

ମହାବିଦ୍ୟା ମାଆ ଭୈରବୀ

ମହାବିଦ୍ୟା ମାଆ ଭୈରବୀ

1 min
8



ଜୟ ମା ଭୈରବୀ ଭଇରବ ରବି

   ଜୟ ମା ମଙ୍ଗଳମୟୀ l

ଭଇରବ ରବେ ପାପୀଙ୍କୁ ସରବେ

    ସତର୍କ ଥାଉ କରାଇ ll

ମହା ଭଇରବ ଶିବ ତୋର ଧବ

   ଶ୍ରୀକ୍ଷେତ୍ରରେ ବିମଳେଇ l

ମାଆ ଭଗବତୀ ବାଣପୁରେ ତୁହି

   ଯାଜପୁରେ ବିରଜାଇ ll

କଳି ଶେଷହେବ ଭୈରବୀ ଡାକିବ

    ପାପୀଜନ ତ୍ରାହି ତ୍ରାହି l

ଭଇରବ ରବେ, ବିରଜା ଡାକିବେ 

    ଅଚ୍ୟୁତ ଅଛନ୍ତି କହି ll

ମାଆ ତୁ ଅପର୍ଣ୍ଣା ଦେବୀ ଶୁଭ୍ରବର୍ଣ୍ଣା 

   ଜୟ ଜୟ ଶୈଳସୂତେ l

ଶିବ ସୋହାଗିନୀ ପର୍ବତ ନନ୍ଦିନୀ

   ବାସ କୈଳାସ ପର୍ବତେ ll

ମାଆ ଭୟଙ୍କରୀ ସର୍ଵ ପୀଡ଼ାହରୀ

   ଜୟ ମା' ବର ଦାୟିନୀ l

ଜୟ କାତ୍ୟାୟନୀ ଜଗତ ଜନନୀ

   ଜୟ ମା' ବିଶ୍ଵ କଲ୍ୟାଣୀ ll

ଜୟ ମାହେଶ୍ୱରୀ ଶଙ୍କରୀ ଗଉରୀ

   ଦେବୀ ନୃମୁଣ୍ଡ ମାଳିନୀ l

ତ୍ରିପୁରେ ପୂଜିତା ମା' ଅପରାଜିତା 

    ଜୟ ମାଆ ତ୍ରିନୟନୀ ll

ଜୟ ମା ବରଦେ ବନ୍ଦଇ ତୋ ପଦେ

    ଶୁଦ୍ଧ ବିଦ୍ୟା ପ୍ରଦାୟିନୀ l

ନମଃ ନମଃ ଦୟାମୟୀ ମହାମାୟୀ

    ନମସ୍ତୁତେ ନାରାୟଣୀ ll

       


Rate this content
Log in

Similar oriya poem from Fantasy