STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ମଦର୍ସ ଡେ

ମଦର୍ସ ଡେ

1 min
13.8K


ମାଆ ମାଆ ବୋଲି ଆଜିର ଦିନଟି

ଖାଲି ଉଠୁଛି ପଡୁଛି

ଭାବିଦେଖ ଥରେ ଆଜି ଦୁନିଆରେ

ମାଆ କେତେ ସନମାନ ପାଉଛି

ମା ଦରକାର,ସ୍ତ୍ରୀ ଦରକାର,

ଭଉଣୀ ଲୋଡ଼ା ପଡୁଛି,,

କନ୍ୟାରତ୍ନ ଟିଏ ଜନ୍ମ ହେଲା ପରେ

ଛାତିଟା ବିଦାରି ହେଉଛି,

କନ୍ୟାଭ୍ରୁଣ ହତ୍ୟା,କେତେ ନାରୀ ହତ୍ୟା

ନୀତି ଗଣମାଧ୍ୟମ କହୁଛି ||


ଏସିଡି ମାଡ଼ରେ କିଏ କେଉଁ ଠାରେ

ଦରମରା ହେଇ ପଡିଛି,

ବୃଦ୍ଧାଶ୍ରମେ ପୁଅ ମାଆକୁ ଛାଡି

ମଦର୍ସ ଡେ ପାଳୁଛି

ଯେମିତି ନାରୀ ଜାତି ଆଜି

ଖେଳଣା ହୋଇ ଯାଇଛି,

ଏମିତି ଯଦି ଲାଗିରହିବ

ନିଶ୍ଚୟ ଦିନ ଆସିବ,

ନାରୀ ଜାତି ଯଦି ଲୋପ ପାଇଲା

ମାଆ କି ଆଉ ମିଳିବ,

ନା ମଦରସେ ଡେ ପାଳିବ ||


ନିରଞ୍ଜନ


Rate this content
Log in

Similar oriya poem from Inspirational