STORYMIRROR

Prasanna Rana

Comedy

3  

Prasanna Rana

Comedy

ମଦମୟ

ମଦମୟ

1 min
207

ବିଶ୍ୱ ଦେଖ ମଦମୟ ରେ ଜୀବନ !

                             ବିଶ୍ୱ ଦେଖ ମଦମୟ

ମଦର ଝରଣ କରିବ ହରଣ

ତୋ କଷ୍ଟ ଅର୍ଜିତ ଆୟ ରେ ଜୀବନ !


ଜନନୀ ଚିତ୍କାର         ଜାୟାର ଧିକ୍କାର

         ବୁଧ-ବନ୍ଧୁ ରୁକ୍ଷ ଭାଷା,

ଜନକ ନିନ୍ଦନ          ଶୁଣି ଶୁଣି କାନ

       ଫାଙ୍କି ଦେଉଅଛି ନିଶା ରେ ଜୀବନ !


ନବ ନବ କର୍ମୀ      ଗେଣ୍ଡା ଧ୍ୱଜା ଧର୍ମୀ

         ଦେଖି ନବ ଗ୍ରାମପଥ,

ନବୀନ ଶାସନେ      ଖୋଲନ୍ତି ଏ ଜନେ

           ମଦଭାଟି ଶତ ଶତରେ ଜୀବନ !


ମଦମୟ ବନେ        ମଦମୟ ସ୍ୱନେ

         ଗାଇ ମଦ ଜୟଗୀତି,

ମଦ୍ୟପପ୍ରବର          ପୂରାନ୍ତି ଉଦର

         ମଦ ଢାଳି ନିତି ନିତି ରେ ଜୀବନ !


କେତେ ଲକ୍ଷପତି        କେତେ କୋଟିପତି

         କେତେ ଗୁଣୀ ଜ୍ଞାନୀ ଧନୀ,

ମଦର ସେବନେ             ଅଖିଳ ଭୁବନେ

        ହେଉଛନ୍ତି ହୀନିମାନୀ ରେ ଜୀବନ !



Rate this content
Log in

Similar oriya poem from Comedy