STORYMIRROR

Sambit Srikumar

Inspirational

4  

Sambit Srikumar

Inspirational

ମଧୁବାବୁ

ମଧୁବାବୁ

1 min
259


ଅଗଣିତ ଓଡ଼ିଆଙ୍କ ପାଇଁ ସଦା କାନ୍ଦୁଥିଲା ପ୍ରାଣ ଯାହାର

ସେ' ହିଁ ପୂଜ୍ୟ ଜାତିସ୍ମର ଉତ୍କଳ ଗୌରବ ମଧୁ ବାରିଷ୍ଟର

ପ୍ରତିଟି କ୍ଷଣ ତାହାଙ୍କ ଉତ୍ସର୍ଗୀକୃତ ମହାର୍ଘ ଜୀବନର

ସମର୍ପିତ ହୋଇଥିଲା ଉତ୍ଥାନ ପାଇଁକି ଓଡ଼ିଆ ଜାତିର!!


ପ୍ରଜ୍ଞା ଓ ବୁଦ୍ଧିମତ୍ତାର ସେ ତ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ

ବିଜ୍ଞତାରେ ରଖିଥିଲେ ସଦା ଏଇ ମହାନ ଜାତିର ଟେକ

ଯୁଗ ସଙ୍କଟର ଘଡ଼ିସନ୍ଧିରେ ସାଜିଥିଲେ ତୁଙ୍ଗ କର୍ଣ୍ଣଧାର

ଲେଖନୀ ଚାଳନା କରି ଜାତୀୟତା ଭାବ କଲେ ଉଜାଗର!!


ଅନେକ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ପ୍ରଥମ ଓଡ଼ିଆ ଭାବରେ

ସଭିଏଁ ଚିର ନତମସ୍ତକ ତାହାଙ୍କ ଅକାଟ୍ଯ ପାଣ୍ଡିତ୍ୟ ଆଗରେ

ପ୍ରାଚ୍ୟରୁ ପାଶ୍ଚାତ୍ୟ ସବୁଠି ଶୁଭେ ତାଙ୍କର ଜୟ ଜୟକାର

ଶିଳ୍ପରୁ ସାହିତ୍ୟ ଜାତି ଇତିହାସ ସେହି ତ ମାଟିର ମୂର୍ତ୍ତିକାର!!


ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଗ୍ନେୟ ସଙ୍କଳ୍ପ ନେଇ

ଲଢିଥିଲେ ଆଜୀବନ ଜାତିର ସ୍ବକୀୟ ପରିଚୟ ପାଇଁ

ହାଡ଼ ମାଂସର ମଣିଷ ନୁହେଁ ତ ସେ' ପ୍ରଚଣ୍ଡ ଜାତିପ୍ରାଣ

କରିଥିଲେ ବଙ୍ଗ ବିହାର ମାଡ୍ରାସର ବିଚ୍ଛିନ୍ନାଞ୍ଚଳ ମିଶ୍ରଣ!!


ଅନନ୍ୟ ତ୍ୟାଗ ତିତିକ୍ଷା ସ୍ୱାଭିମାନର ମହାମାନବ ମଧୁସୂଦନ

ଜାତି ଯେ' ସର୍ବାଗ୍ରେ ସର୍ବୋପରି କରିଲେ କାର୍ଯ୍ୟରେ ପ୍ରମାଣ

ଓଡ଼ିଆ ଅସ୍ମିତାର ସ୍ପର୍ଦ୍ଧିତ ଉଚ୍ଚାରଣ କୁଳବୃଦ୍ଧ ମଧୁ ବାରିଷ୍ଟର

ସବୁରି ହୃଦୟରେ ବିରାଜିତ ତାହାଙ୍କ ଅଲିଭା ସ୍ବର୍ଣ୍ଣିମ ସ୍ବାକ୍ଷର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational