STORYMIRROR

Prabhati Mahapatra

Abstract Inspirational Others

4  

Prabhati Mahapatra

Abstract Inspirational Others

ମାୟା ସରୋବର

ମାୟା ସରୋବର

1 min
249

ଶୁଣ ରେ ମୋ ବାଇମନ

କାହିଁକି ଏତେ ଗର୍ଜନ

କିଏ ଯିବ ତୋର ସାଥେ

କିିିସ ନେବୁ ତୋର ରଥେ

କଳି କାଳ ପୁଷ୍କରିଣୀ

ବିିିନା ଜଳେ ଖେଳେ ମୀନ

ଶୁଣ ଆରେ ବାଇମନ ......

ଆଖିକୁ ଦିିିଶେ ସୁନ୍ଦର

ଅରବିନ୍ଦେ ଲାଗେ ପର

କର୍ଦ୍ଦମ ସାଜେ ଶିକୁଳି

ପୟରଟା କରେ କଳି

ମଧୁଜୀବି ଅଭିମାନ

ରହସ୍ୟେ ମଧୁ ଭୁବନ 

ଶୁଣ ଆରେ ବାଇମନ ......

ଭାବ ପଂକ୍ତି ଭୂଲେ ରାହା

ହଂସ ହୁଏ ମତ୍ସ୍ୟେ ସାହା

ମାୟା ସରୋବର ସଙ୍ଗୀ

ସାଧୁ ବୈଷ୍ଣବ ବୈରାଗୀ

ବିଳାସ ପୂର୍ଣ୍ଣ ଜୀବନ 

କଳା ଟୀକାରେ ଚନ୍ଦନ

ଶୁଣ ଆରେ ବାଇମନ ......


 







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract