STORYMIRROR

Pravat Kumar Mohapatra

Inspirational

3  

Pravat Kumar Mohapatra

Inspirational

ମାୟା ସଂସାର

ମାୟା ସଂସାର

1 min
385

କେଡେ କାୟା ବିସ୍ତାରିଛୁ, ତୁ ମାୟା ସଂସାର

ଇଏ ସ୍ୱାମୀ ଇଏ ପୁତ୍ର ଇଏ କନ୍ୟା ଇତ୍ୟାଦି ଇତ୍ୟାଦି ଇଏ ମୋର ଘର ।

ତୁ ବିଚିତ୍ର ତୋ ମାୟା ବିଚିତ୍ର କଅଣ ବା କରିବୁ ଯେ ଆମେ

ଘାଣ୍ଟି ହେବୁ ଏ ସଂସାରେ ଲୋଭ ମୋହ ମାୟାରେ ବିହୁ୍ୟରେ

ହସୁଥିବ ତୁମେ ଆଉ ତୁମେ ।

ପେଟଜ୍ୱାଳା ସଂସାରର ଏ ବିଚିତ୍ର ଲୀଳା

ବାସନା କାମନା ପୁଣି ରୋଗ ଓ ବୈରାଗ୍ୟ

ଏ ଆସିଲା ଇଏ ମଲା ସବୁତ ତୋହର ଖେଳ

ମିଛ ମିଛ ସବୁ ମିଛ ମିଛତ ଆମ ଇଏ ଭାଗ୍ୟ ।

ଆସିଛୁ ଦିନେ ଯିବୁ ମଧ୍ୟ ଦିନେ

ଦୁଃଖ ସୁଖ ବି ଭୋଗିବୁ ସେ ସବୁ କ୍ଷଣିକ ମାତର ।

ବିଧିର ବିଧାନ ଯାହା କାଟିକି ପାରିବୁ ବାୟା

ଏ ପରା ମାୟାର ସଂସାର ।

ହରି ପଦେ ଦିଅତୁ ଲୟ

ତେବେ ମାୟା ସଂସାରକୁ କରିବୁ ଜୟ ।


Rate this content
Log in

Similar oriya poem from Inspirational