Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4.3  

DILIP KUMAR SAHOO

Children

ମାଟିଘର

ମାଟିଘର

1 min
285


ମୋ ଗାଁ ଦିଶଇ ସରଗୁ ସୁନ୍ଦର

ଧାଡିଧାଡି ମାଟିଘର

ନୂଆଁଣିଆ ଚାଳ ଉଚ୍ଚାନିଚ୍ଚା ପିଣ୍ଢା

ଝାଟିମାଟି ତାଟି ଘେର ।

ସବୁ ଘର ଚାଳେ ଘରଚଟିଆ ତ             

ବସା ତାଙ୍କ ବାନ୍ଧିଥାନ୍ତି

ରାତି ପାହୁପାହୁ କିଚିରି ମିଚିରି

ମନ ଆମ ମୋହିଥାନ୍ତି ।

ଋତୁପରେ ଯେବେ ଆସେ ନୂଆ ଋତୁ

ମାଟିଘର ଲାଗେ ନୂଆ

ଅଜଣା ପୁଲକ ଅଜଣା ମହକ

ଦେଖାଏରେ ନୂଆ ରାହା ।

ସବୁ ମାଟିଘର ଛପର ହସଇ

ଆସେ ଯେବେ ବର୍ଷା ଋତୁ

ଚାଳ ମଥାନରେ ନିଇତି ଫୁଟଇ

ସୁଆଦିଆ ପାଳଛତୁ ।

ଦଶରା ଆସିଲେ ସବୁ ମାଟିଘର

ମାଟି କାନ୍ଥ ହସୁଥାଏ

ରଙ୍ଗବରଙ୍ଗର ଫୁଲ ଫୁଲକଢି

କାନ୍ଥ ସାରା ଅଙ୍କା ହୁଏ ।।

କାର୍ତ୍ତିକ ମାସରେ ଘର ଅଗଣାରେ

ଅପା ମୋ ମୁରୁଜ ପାରେ

ଧରମ ମାସରେ ମାଟିଘରେ ଆମ

ଭକତିର ମଧୁ ଝରେ ।

ମଗୁଶୁର ମାସେ ମାଟିକାନ୍ଥକୁ ତ

ଯତନରେ ଲିପେ ବୋଉ

ଚାଉଳ ଆଣରେ ଝୋଟିପାରିଦିଏ

ଦିଶୁଥାଏ ଦାଉଦାଉ ।

ପଉଷ ମାସରେ ଧାନ କଟାସରେ

ମାଟିଘର ଯାଏ ପୂରି

ଧାନ ଚାଉଳରେ ଅମାର ଆମର

ସବୁତକ ଯାଏ ଭରି ।

ବଇଶାଖ ମାସେ ଡହଡହ ତାତି

ସତେକି ବରଷେ ନିଆଁ

ମାଟିଘର ଆମ ଲାଗଇ ହେମାଳ

ସବୁରି ପରାଣ ଛୁଆଁ ।

ପକ୍କା କୋଠା ଠାରୁ ମାଟିଘର ଆମ

ନିଆରା ଆନନ୍ଦ ଦିଏ

ସବୁ ଋତୁରେ ସେ ନୂଆନୂଆ କଥା

କାନରେ ଆମର କହେ ।



Rate this content
Log in

Similar oriya poem from Children