ମାଟିଘର
ମାଟିଘର
ଲୁହାଛଡ଼ କଂକ୍ରିଟର ନୁହେଁ ମୋର ଘର
ନାହିଁ ଦାମୀ ଚିଜ ତହିଁ ନିଜ ଅର୍ଜନର
କାନ୍ଥସାରା ଭିନ୍ନ ଭିନ୍ନ ରଙ୍ଗ ଲାଗିନାହିଁ
ତଥାପି ମୋ ଘର ସ୍ୱର୍ଗ କହୁଅଛି ମୁହିଁ ।
ଜନ୍ମଭୂମି ଛାତି ପରେ ଗଢ଼ା ମାଟିଘର
ଗୋବର ମାଟିରେ ଲିପା ସବୁ କାନ୍ଥ ତା'ର
ନିରାପଦ ଆଶ୍ରୟ ସେ ସାଜିଛି ଆମର
କୋଳେ ତା'ର ଛୁଏଁନାହିଁ ଶୀତ କି କାକର ।
ନଡା ଛପରରେ ନାହିଁ ବରଷାର ଡର
ଟାଣଖରା ,ଝାଞ୍ଜି ବାଆ କରୁନା ଖାତିର
ମନ ଦେଇ କରୁଅଛୁ ସଫା ଓ ସୁତର
ମିଳୁଅଛି ସେହିଠାରେ ଶାନ୍ତି ଯେ ଅପାର ।
ଛୋଟ ସିନା ଘର ମୋର ଲାଗୁଛି ସୁନ୍ଦର
ମିଳିମିଶି ରହୁଅଛୁ ଆମ ପରିବାର ।
