STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ମାଟି ମାଆ

ମାଟି ମାଆ

1 min
141


ନଥାଉ ପଛେ ଧନ ସମ୍ପତ୍ତି

ଥାଉ ମୂର୍ତ୍ତିକା ସ୍ଵୀକୃତି

ଫଳାଇ ଫୁଲ ଫଳ

ମାଟି ଭିତରୁ ସ୍ୱଚ୍ଛ ଜଳ

ବଢିବ ଗଛ ପରିବେଶ ସ୍ୱଚ୍ଛ

ଜୈବିକ ସାର ମାଟିରେ ଭର

ଫଳିବ ସୁନା ସମୃଦ୍ଧ ହେବ ଦେଶ

ଯୁଆଡେ ଯାଅ କି ଘରେ ଥାଅ

ମାଟି ମାଆର ଆଦର କର

ପଶୁ ପକ୍ଷୀଙ୍କ ମଳ ମାଟିରେ ମିଶି

ଗଛର ଡାଳ ପତ୍ର ମାଟିରେ ଫସି

ଯୋଗାଏ ସାର ଫଳେ ଅପାର

କୃଷକ ଭାଇ ଦିଅଇ ହସି

ଲୋଡ଼ା ଆମର ମୁଠାଏ ମାଟି

ଦେଇପାରେ ଯେ ଶକ୍ତି ସାଉଁଟି

କିହେବ କୋଠା ଶିଳ୍ପ ବାଣିଜ୍ୟ

ମାଟି ନଥିବ ଯଦି ଉର୍ବର

ସେଇ ମାଟିରୁ ଗଢା ଏ ଦେହ

ମାଟିମା କୁ ବଞ୍ଚିବାକୁ ଦିଅ

ହସି ହସାଇ ଆମ ଦୁନିଆଁ

ମାଟି ମାଆ ଜାଣେ ସବୁ କିମିଆ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract