STORYMIRROR

Prabhati Mahapatra

Inspirational Others

3  

Prabhati Mahapatra

Inspirational Others

ମାତୃତ୍ବର ଅନୁଭୂତି

ମାତୃତ୍ବର ଅନୁଭୂତି

1 min
198

ଆଜି ମୁଁ ବହୁତ ଖୁସି !

କାହିଁକି ,ମୁଁ ମାତୃତ୍ଵ ସୁଗନ୍ଧ ପାଇଛି ,

ପ୍ରକାଶ କରି ପାରୁନି

ଅପୂର୍ବ ଆନନ୍ଦରେ ମନ ପୁଲ୍ଲକିତ

ସତେ ଯେମିତି ଦୁଷ୍ପ୍ରାପ୍ୟ ପ୍ରାପ୍ୟ

ଅଦ୍ଭୁତ ଶକ୍ତି ମନକୁ ହରଣ କରିଛି ।

ଅନ୍ତରାଳେ ସୃଷ୍ଟି ହୋଇଛି ସ୍ଵପ୍ନ

ନୂଆ ନୂଆ ଅନୁଭବ

ନୟନର ସୁପ୍ତି ତେଜ ହୀନ

ସ୍ବାଦିଷ୍ଟ ବ୍ୟଞ୍ଜନରୁ ମନ ବିରତି ନିଏ

କିଛି ଭାବି ପାରୁ ନଥାଏ।

ଖଟା ଆମ୍ବିଳକୁ ଲୋଭୀ 

ଆଳସ୍ୟ ଆସି ସାରା ଶରୀର 

କବଳିତ କରିଛି .....

ତନୁ ରୂପ କାନ୍ତି ଶ୍ଵେତ ପଦ୍ମ ପରି

ଅଭିଜ୍ଞମାନଙ୍କର ମୋ ପ୍ରତି କରୁଣା 

କାହିଁକି ମୁଁ ବୁଝି ପାରୁ ନଥାଏ ।

ଧୀରେ ଧୀରେ ଅଭିନବ ଅନୁଭୂତି

ପର୍ବତ ପରି ଭାରି ଦେହ

ଚଳପ୍ରଚଳ ହେବାକୁ ଶକ୍ତି କ୍ଷୀଣ

ଉଦର ଭାର ବଢ଼ିବାକୁ ଲାଗିଲା ।

ମା' ସାଧ ପ୍ରସ୍ତୁତିରେ ବ୍ୟସ୍ତ

ଉପହାର ସହିତ ଅଭ୍ୟର୍ଥନା,

ପ୍ରତିଟି ମୁହୂର୍ତ୍ତ ଆଣି ଦେଉ ଥାଏ

ଅଜସ୍ର ଆନନ୍ଦ,

ଗର୍ଭ ବେଦନାକୁ ସୁରକ୍ଷା ଦେଇ

ଦଶ ମାସ ପୂର୍ଣ୍ଣ ।

ଏତେ ଯନ୍ତ୍ରଣା କାହିଁକି

ପ୍ରସବ ବେଦନା ବୋଲି ମା'ର ମୁହଁରୁ ଶୁଣିଲି,

ସଙ୍ଗେ ସଙ୍ଗେ ଡାକ୍ତରଖାନା ।

ଡାକ୍ତର ନର୍ସ ତତ୍ବାବଧାନରେ 

ମୋର କୁଳର ପ୍ରଦୀପ ଆଗମନ

ଦଶ ମାସ ଧରି କଷ୍ଟ ଯନ୍ତ୍ରଣା

କ୍ଷଣିକରେ ମିଳେଇ ଗଲା ।

କାହିଁକି ? ମୁଁ ମା' ହୋଇଛି ।

ମାତୃତ୍ବର ସୁନ୍ଦର ଅନୁଭୂତି ପାଇ

ଭାଗ୍ୟବାତୀ .........।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational