Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ମାତୃଭାଷା

ମାତୃଭାଷା

1 min
498


ଆମ ମାତୃଭାଷା ଓଡିଆ ବଢିଆ

ଆମ ମାଆ ପରି ସିଏ

ଏଡିକି ସରଳ ସୁରମ୍ୟ ତାହାକୁ

ସହଜରେ ବୁଝିହୁଏ ।


ମାଆ ମନ ପରି ସରଳ ତରଳ

ମାତୃଭାଷାଟି ଆମର

ଆମ ମନ କଥା ଅତି ସହଜରେ

କହେ ଲେଖେ କି ସୁନ୍ଦର ।


କେତେ ଆପଣାର ମାଆଟି ଆମର

ମାତୃଭାଷା ସେହିପରି

ଏତେ ଆପଣାର ଆଉ କେଉଁ ଭାଷା

ହେବ ତାହା ସମ ସରି ।


ଆମ ପିଲାଦିନୁ ଆମ ମାଆ ସିନା

ଶିଖାଇଲା ମାତୃଭାଷା

ଆମ ମାଆ ପରି ସହଜ ସୁନ୍ଦର

ସିନା ଆମ ମାତୃଭାଷା ।


ଆପଦେ ବିପଦେ ସବୁ ସମୟରେ

ମାଆ ଆମ ସିନା ସାହା

ମାତୃଭାଷା କେତେ ସୁନ୍ଦର ଭାବରେ

ଆମକୁ ଦେଖାଏ ରାହା ।


ଆମ ମାଆ ସମ ସାରା ଦୁନିଆରେ

କିଏ ଅଛି ଆଉ କହ

ମାତୃଭାଷା ଭଳି ଭାଷା ଆଉ ନାହିଁ

ଭଲ ଭାବେ କର ଲୟ ।


ଆମ ମନ କଥା ମାଆ ଜାଣିଥାଏ

ମନ ଲାଖି କହେ କଥା

ମନ ଲାଖି ସବୁ ଦରବ ଭୁଞ୍ଜାଏ

କଥାରେ ହରଇ ବ୍ୟଥା ।


ଆମ ମନ କଥା ଖୋଲି ଅନାୟାସେ

ମାତୃଭାଷାରେ କହିଲେ

ଆମରି ଭାଷାରେ କଥାଭାଷା ହୋଇ

ମାତୃଭାଷାରେ ଲେଖିଲେ।


ଗଉରବ ବଢିବ ମାତୃଭାଷାର

ରଖିବା ତାହାର ମାନ।

ମାତୃଭାଷା ଆମ ମାଆ ପରି ଆମେ

ରଖିବା ତାର ସମ୍ମାନ ।


Rate this content
Log in

Similar oriya poem from Inspirational