STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ମାତୃଭାଷା

ମାତୃଭାଷା

1 min
254

ଜନନୀର କୋଳେ ଜନମ ଆମର,

ମାତୃଭାଷା ଦିଏ ଜ୍ଞାନ,

ଜନ୍ମରୁ ତାହାରି ମାଧ୍ୟମରେ ଆମେ,

ବୁଝିପାରୁ କାହା ମନ ।


ଭାଷାରୁ ଜନମ ସମସ୍ତଙ୍କ ଜ୍ଞାନ,

ଏହା ତା'ର ପରିଚୟ,

କେବେବି ଭୁଲନା ‌କରନି ତୁଳନା,

ଏହା ନୁହେଁ ତୁଳନୀୟ।


ଜନନୀର ଭାବ ପ୍ରକାଶର ପଥ,

ଏହି ଆମ ମାତୃଭାଷା,

ପିଲାଟି ଦିନରୁ ଗଢ଼ି ଅଛି ମନେ,

ଛୋଟ ଏକ ପକ୍ଷୀ ବସା।


ଏବେର ମନୁଷ୍ୟ ଦେଉ ନାହିଁ ଧ୍ୟାନ,

ଆଧୁନିକ ସଭ୍ୟତାରେ,

ବୁଝିକି ପାରୁନି ଏହାର ଉନ୍ନତି,

ରହି ଅଛି ଏହିଠାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational