STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ମାରୁତି ଇନ୍ଦ୍ରଜିତ ସମର, ନାଗଫାଶ

ମାରୁତି ଇନ୍ଦ୍ରଜିତ ସମର, ନାଗଫାଶ

1 min
348


କ୍ଷୁଧାର୍ଥ ବାନର ହନୁ ମାଗେ ଅନୁମତି

ଅଶୋକ ବନରେ ଖାଦ୍ୟ ଦେଖି ନାନା ଜାତି l


ସୀତାଙ୍କ ଆଶିଷ ନେଇ ଅଞ୍ଜନା ନନ୍ଦନ

ଅଶୋକ ବନରେ ଖାଦ୍ୟ କରନ୍ତି ଭକ୍ଷଣ l


ବନର ଶୋଭାକୁ ପାଦେ କରିକି ଦଳନ

ନଷ୍ଟ ଭ୍ରଷ୍ଟ କରେ ବନ ପବନ ନନ୍ଦନ l


ରାକ୍ଷସ ବୀରଙ୍କ ସଙ୍ଗେ କରିକି ସମର 

ଉଜାଡେ ଉଦ୍ୟାନ ହନୁ ମାରିକି ଅସୁର l


କୋପେ ଜର୍ଜରିତ ସୁତ ଇନ୍ଦ୍ରଜିତ ବୀର

ଧରିବା ପାଇଁକି ହନୁ କରଇ ସମର l


ନାନା ଅସ୍ତ୍ର ଶସ୍ତ୍ର ମାରେ ହୋଇ କୋପମାନ

ବୃଥାଯାଏ ସବୁ ବାଣ ପାଏ ଅପମାନ l


ଶ୍ରୀରାମ ଶ୍ରୀରାମ ନାମ କରି ଉଚ୍ଚାରଣ

ସମର କରଇ ହନୁ ଅକ୍ଳେଶରେ ଜାଣ l


ନାନା କୌଶଳରେ ରଣ କରି ଇନ୍ଦ୍ରଜିତ

ହତାଶ ନିରାଶ ହୁଏ ହୋଇ ପରାଜିତ l


ଦିବ୍ୟ ଅସ୍ତ୍ର ପ୍ରୟୋଗର ସହାୟ ନେଇକି

ଛଦ୍ମରେ  ଯୁଦ୍ଧକୁ କରେ ଧରିବା ପାଇଁକି l


ନାଗଫାଶ ବାଣ ଧରି ବୀର ଇନ୍ଦ୍ରଜିତ

ହନୁର ଉପରେ ଛାଡେ ହୋଇକି କ୍ରୋଧିତ l


ରାମ ନାମ ହୃଦେ ଧରି ବୀର ହନୁମନ୍ତ

ନାଗରେ ବନ୍ଧନ ହେଲା ଦେଖିଲା ଜଗତ l


ରାବଣ ରାଜାର ବଳ କଳିବା କାରଣ

ଧରା ଦେଲା ବୀର ହନୁ ପରାସ୍ତ ହୋଇଣ ।


Rate this content
Log in

Similar oriya poem from Classics