STORYMIRROR

Titi Sarangi

Romance

2  

Titi Sarangi

Romance

ମାର୍ଗଶୀରର ଏକ ସଂଜ

ମାର୍ଗଶୀରର ଏକ ସଂଜ

1 min
13.7K


କୁହୁଡି ପଣତଟିଏ ଢାଙ୍କି ଦେଉଛି ଚାରିପଟକୁ

ଶୀତେଇ ଯାଉଛି ଦେହ 

ଆଉ ଉଷୁମ ହେଉଛି ମନ ।

ତାଜା ତାଜା ସ୍ମୃତିର ଉଷ୍ମତାରେ

ମନ ବିଭୋର ହୋଇ ଉଠୁଛି 

ଶେଷ ମାର୍ଗଶୀରର ଏଇ ଶୀତୁଆ ସଂଜରେ ।

ଯେତେ ଦେଖିଲେ ବି ନୂଆଁ ନୂଆଁ ଲାଗୁଛି ଜହ୍ନ,

ସତେ ଅବା ତା ଦେହରେ ଅଙ୍କା ହୋଇଛି

ମୁଁ ଭୁଲି ପାରୁ ନଥିବା ଅନେକ ମିଠା ସ୍ମୃତିର

ବିମୁଗ୍ଧ ସୁନ୍ଦର ପଦଚିହ୍ନ!

କୋଉ ଦୂର ରାଇଜରୁ ଭାସି ଆସୁଛି ଅତି ପରିଚିତ

କାହାର ଏକ ଚିହ୍ନା ଚିହ୍ନା ସ୍ୱର

"ଜହ୍ନ ନୂଆ ଲାଗନ୍ତା ନି କି ତୋତେ ଆଉ

ତୁ ତ ଖାଲି ନିଜ ଭିତରେ ହିଁ ଚାଲିଛୁ

ଖୋଜି ପାଇଛୁ କି

ଏ ଯାଏଁ !!'

ସତେ ସବୁ କିଛି କାହିଁକି ଏତେ ନୂଆଁ ନୂଆଁ ଲାଗେ

ମାର୍ଗଶୀରର ଏଇ ଶୀତୁଆ ସଂଜ ଆଉ ଚତୁର୍ଦ୍ଦଶୀର ଏଇ ଜହ୍ନ ବି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance