ମାନଦଣ୍ଡ
ମାନଦଣ୍ଡ
ପୂଣ୍ୟ କେବେ ନିଏ ନାହିଁ ପାପର ଭାର
ସେତ ଏକ ପୂଣ୍ୟ ତୋୟାର ଧାର
ପାପ କି ଛୁଇଁ ପାରେ ତାରି କୂଳ
ସେ ଅମାନିଆ ଉତାଳ
ପୂଣ୍ୟ ଅଟଇ ଅମୃତ ସନ୍ତାନ
ପାପକି ହୋଇବ ତାରି ସମାନ
ପୂଣ୍ୟ ନୀରବ ନିଶ୍ଚଳ
ପାପ କି ଜାଣେ ତାରି ବଳ
ପୂଣ୍ୟ ଏକ ଅମରଜ୍ୟେତି
ପାପର କି ଥାଏ ସ୍ଥିତି
ପୂଣ୍ୟ ଏକ ନୀରଵ ଝଡ଼
ପାପର ଭାରା ସଦା କଡ଼ମଡ଼
ଦୁହେଁ ଦୁହିଁଙ୍କ ଠାରୁ ଭିନ୍ନ
ପାପ କୁ କେହି ଦିଏ ନା ସମ୍ମାନ ।
