ମାନବିକତା
ମାନବିକତା
ଜନମ ହୋଇଛେ ଭାରତ ମାଟିରେ
ଦିନେ ବୋଇଯିବା ଲିନ,
ଅଭିନୟ ସାରି ଫେରିବାକୁ ହବ
ରଖିବାକୁ ହବ ଚିହ୍ନ ।
ଏ ପୁଣ୍ୟ ଭୂମିକୁ ଆସିଛନ୍ତି କେତେ
ମହାନ ମହାପୁରୁଷ,
ଜୀବନ ଆମର ଦୁର୍ଲଭ ହେଇଛି
ଶୁଣି ତାଙ୍କ ଗାନ ଯଶ ।
ଗାନ ଯଶ ଶୁଣି ବଦଳି ଯାଇନି
ଏ ନବ ଯୁବ ସମାଜ,
ଶିକ୍ଷା ଦୀକ୍ଷା ଆଜି ମଳିନ୍ନ ପଡ଼ିଛି
ସାଜିଛି ଘୃଣ୍ୟ ରାକ୍ଷସ ।
ହିନ୍ଦୁ ମୁସଲମାନ ଶିଖ ଖ୍ରୀଷ୍ଟିଆନ
ଏ ଦେଶର ଭଉଣୀ ଭାଇ,
ହଜିଯାଇଛି କି ଏ ମାନବିକତା
ନମ୍ର ଆଦରତା ନାହିଁ ।
ନୁହେଁ ଶକ୍ତିହୀନ ଅବଳା ନୁହଁନ୍ତି
ତଥାପି ଡରୁଛିନାରୀ,
ବିକୃତ ମସ୍ତିକ ଆଜିରଯୁବକ
ସାଜିଛି ମ ମାନସାହାରି ।
ଯୁବତୀ ମହିଳା ଧର୍ଷଣ ହୁଅନ୍ତି
ଶିଶୁକନ୍ୟା ନାବାଳିକା,
ନାରୀର ସୁରକ୍ଷା ହଜିଯାଇଛି କି
ବାସ୍ନା ନାହିଁ କାହିଁ ପାଇଁଙ୍କା ।
ବିଶ୍ୱାସ ହଜିଛି ଭରସା ଉଡିଛି
ଉଦାର ପଣିଆ ନାହିଁ,
ଗଳିରେ କନ୍ଦିରେ ଦୁଷ୍କର୍ମ ଚାଲିଛି
ରୋକିବାକୁ ବେଳ ନାହିଁ ।
ଧର୍ମ ନିରପେକ୍ଷ ଆମ ହିନ୍ଦୁସ୍ତାନ
କଡା ଆଇନି ଶାସନ,
ସଂଗ୍ରାମ କରୁଛି ନାରୀ ଏଠି ଆଜି
ବଞ୍ଚାଇବା ପାଇଁ ମାନ ।
ଏ ପୁଣ୍ୟ ଭୂମିର ବିକୃତ ସନ୍ତାନ
ଭୁଲିଯାଅ ନାହିଁ ତୁମେ,
ନାରୀ ଆମ ମାଆ ନାରୀ ହିଁ ଭଉଣୀ
ତାହାର ସନ୍ତାନ ଆମେ ।
ଏ କି ଅଭିନୟ କି ରଖିବ ଚିହ୍ନ
ପୁଣ୍ୟ ଭାରତ ମାଟିରେ,
ଦୁଷ୍ମର୍ମ ଧର୍ଷଣ ସଂସ୍କୃତି ନୁହେଁ ସେ
ଲେଖିବ ମାନସ ପଟରେ ।
ନାରୀ ଅତ୍ୟାଚାର ନାରୀ ନିର୍ଯ୍ୟାତନା
ଥମି ଯିବ ସେହି ଦିନ,
ନାରୀ ମୋର ମାଆ ନାରୀ ମୋ ଭଉଣୀ
ଯେବେ ପଡୁଥିବ ମନ ।
