STORYMIRROR

Gagan Ku Pramanik

Abstract

4  

Gagan Ku Pramanik

Abstract

ଆମ ସଂସ୍କୃତି କି

ଆମ ସଂସ୍କୃତି କି

1 min
446

ଆଧୁନିକତାକୁ ଦ୍ୟାହିଦେଇ ଆଜି

ସଂସ୍କୃତି ପଛରେ ପଡ଼ିଛି,

ବେଲୁନ ଫୁଟାଇ କେକ୍ କଟାହୁଏ

ଜନ୍ମଦିନ ଆଜି ପାଳୁଛି।


           ଠାକୁର ମନାସି ଦୀପଟିଏ ଜାଳି 

            ଦିର୍ଘିୟ କାମନା କରୁଛି,

            କେଣ୍ଡେଲ ଲିଭାଇ ସଂସ୍କୃତି ଭୁଲିଛି

            ବଡଲୋକ ଦେଖାଉଛି ।


ଶାଗ ପଖାଳରେ ଇଜତ ଯାଉଛି 

ଚଉମିନି ଏଠି ଖାଉଛି ,

ବସି ଖାଇବାରେ ଆଉ ମଜା ନାହିଁ 

ଡାଇନିଂ ଯୁଗ ଚାଲିଛି।


           ବାହାଘର ହୁଏ ପ୍ରୋସେଶନ ପାଇଁ

           ଫରେନ୍ ଲିକର ଉଡୁଛି,

          ଠିଆଖିଆ ଚାଲେ ବୋଫେଇ ରକମ

           ଦମ୍ପତିଙ୍କ ମାନ ବଢୁଛି।


ବିଦେଶୀ ଗାଉଛି ରାମନାମ ଆଜି

ଆମକୁ ଶିଖେଇ ଦଉଛି,

ହଜିଛି ସଭ୍ୟତା ଏ ମାନବିକତା

ପଶ୍ଚ୍ୟାତ୍ୟ ପଛରେ ଧାଉଁଛି।


           ଚାକଚକ୍ୟ ଆଜି ବିଭୋର କରିଛି

           ନିଇତି ସପନ ଦେଖୁଛି,

           ସବୁ ଜାଣିଶୁଣି ନଜାଣିଲା ଭଳି 

           ସଂସ୍କାର ଦୂରେଇ ଦେଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract