Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Susmita Dash

Classics Inspirational Others

3  

Dr Susmita Dash

Classics Inspirational Others

ମାଁ ମୋର

ମାଁ ମୋର

3 mins
14.1K




ମାଁ ମୋର ଆଜିକାଲି 
       ସଙ୍କୋଚ କରୁଛି।
ବିଷର୍ଣ୍ଣ ବଦନ ମୋର   
         ଦେଖିଲେ ତା'ରି
ମୁହଁ ରେ  କଳାମେଘ 
          ଘୋଟି ଆସୁଛି ।
ହେଲେ ସାହସ କରୁନି,
        ପଚାରିବାକୁ କିଛି।

ମୋ ଆଖିରେ ଲୁହ ଦେଖି

ତା ଛଳଛଳ ନୟନ ଦୁଇଟି

          ଲୁଚେଇ ଦେଉଛି।

ଚିନ୍ତା ରେ ଘାରି ହେଲେବି

          ନୀରବ ରହୁଛି।

ମନେ ମନେ ଖୋଜିହେଲେବି ,

 ମୋତେ ଡାକିବାକୁ ତା ପାଟି 

     ଖନି  ମାରି ଯାଉଛି।

ସତରେ କି ମୁଁ ଏତେ 

        ପର ହୋଇଯାଇଛି ??

ଆସିଲେ  ଘରକୁ ମୋ ରହିବାକୁ

             କୁଣ୍ଠାବୋଧ କରୁଛି।

ତାହାରି ଶରୀରର ଅଂଶ ମୁଁ

       କେମିତି ହେଲି  ଏବେ ଭିନ୍ନ...?

ଏ ଯୁଗ ର ଅନ୍ତ ଯାଏ ହୋଇରହିଥିବି....

         ମୁଁ ,ମୋ ମାଁ ର ଅଙ୍ଗ, ମାଁ ର ଚିହ୍ନ।


Rate this content
Log in