ମାମୁଁଙ୍କ ସ୍ନେହ
ମାମୁଁଙ୍କ ସ୍ନେହ
ମାମୁଁ ମାମୁଁ ବୋଲି ଡାକ ଛାଡିଦେଲେ
ଚାଲିଆସନ୍ତି ସେ ଧାଇଁ,
ପିତା ପରି ସେ ମୋ ଚଳନ୍ତି ଦେବତା
ଆଜି ମଣିଷ ମୁଁ ତାଙ୍କ ପାଇଁ ।
ଅବାଟରେ ଗଲେ ମୁହିଁ କରନ୍ତି ଆକଟ
ମାଡ ଗାଳି ସବୁ ଦେଇ,
ଜୀବନର ସଂଜ୍ଞା ସେ ଦିଅନ୍ତି ବୁଝାଇ
ତାଙ୍କ ସରି ନାହିଁ କେହି ।
ଦୁଃଖ କଷ୍ଟ ସବୁ କେତେ ସହିଯାଆନ୍ତି
ପାରନ୍ତି ନାହିଁ ସେ କହି,
ସେନେହ ତାଙ୍କ ଅଟେ ସରଗ ସମାନ,
ଛଳନା ଯେ ତାଙ୍କ ନାହିଁ ।
ଯେତେ ବଖାଣିଲେ ବି ଶବ୍ଦର ଅଭାବ,
ପାରୁନାହିଁ ମୁଁ ଆଉ କହି,
ସାତ ଜନ୍ମେ ଋଣ ତୁମ ପାରିବିନି ଶୁଝି,
ସବୁ ଜନ୍ମେ ଆସ ମାମୁଁ ହେଇ ।
