STORYMIRROR

PRIYABRAT PARIDA

Others

3  

PRIYABRAT PARIDA

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
125

ପ୍ରେମ ଥିଲା ମୋର ଅଳପ ଦିନର

ଦେଖିଥିଲି କେତେ ସ୍ୱପ୍ନ 

ଚାଲିଗଲା ସିଏ ଆଉ କା ସାଥିରେ 

ଭାଙ୍ଗିଦେଇ ମୋର ମନ ।।


ବିରହରେ ତାର ପାଉଛି ଯନ୍ତ୍ରଣା 

ଛାତିରେ ଲୁଚାଇ କୋହ 

ଦିନ ବିତିଯାଏ ରାତି କଟିଯାଏ

ସରେନା ଆଖିରୁ ଲୁହ ।।


ଅତୀତର ସବୁ ସାଇତା ସ୍ମୃତିକୁ

ଭୁଲି ନ ପାରଇ କାହିଁ 

ସରି ସରି ଯାଏ ଜୀବନ ଆୟୁଷ 

ବାଟ ତାର ଚାହିଁ ଚାହିଁ ।।


ଅଭୁଲା ସ୍ମୃତି ସବୁ ମନେ ପଡିଯାଇ 

ଯାଏ ମୁଁ ଲୁହରେ ଭିଜି 

ଛାଡିବାର ମୋତେ ଗୋଟିଏ କାରଣ

ନ ପାଅଇ ମୁହିଁ ଖୋଜି ।।


ନ ପାଅଇ ଆଉ ବଞ୍ଚିବାର ସୂତ୍ର

ନାହିଁ ଆଉ କିଛି ମୋହ 

କେମିତି ବଞ୍ଚିବି ବାକି ଜୀବନଟା 

ସାଥି ବିନା କେହି କୁହ ।। 


ଭାଳଇ ଆଜି ମୁଁ ମନେ ମନେ ଖାଲି 

ଭୁଲ ଥିଲା କଣ ମୋର ?

ପ୍ରେମରେ ରହିଲା କେଉଁଠି ମୋ ଊଣା

କଲା ମୋତେ ସାତ ପର ।।



Rate this content
Log in