STORYMIRROR

PRIYABRAT PARIDA

Fantasy Others

4  

PRIYABRAT PARIDA

Fantasy Others

ମାମୁଁଙ୍କ ସ୍ନେହ

ମାମୁଁଙ୍କ ସ୍ନେହ

1 min
217

ମାମୁଁ ମାମୁଁ ବୋଲି ଡାକ ଛାଡିଦେଲେ

      ଚାଲିଆସନ୍ତି ସେ ଧାଇଁ।

ପିତା ପରି ସେ ମୋ ଚଳନ୍ତି ଦେବତା

    ଆଜି ମୁଁ ମଣିଷ ତାଙ୍କ ପାଇଁ।

ଅବାଟରେ ଗଲେ ମୁଁ କରନ୍ତି ଆକଟ,

      ମାଡ, ଗାଳି ସବୁ ଦେଇ।

ଜୀବନର ସଂଜ୍ଞା ସେ ଦିଅନ୍ତି ବୁଝାଇ,

       ତାଙ୍କ ସରି ନାହିଁ କେହି।

ଦୁଃଖ କଷ୍ଟ ସବୁ କେତେ ସହିଯାଆନ୍ତି,

       ପାରନ୍ତି ନାହିଁ ସେ କହି।

ସେନେହ ଅଟେ ତାଙ୍କ ସରଗ ସମାନ,

       ଛଳନା ଯେ ତାଙ୍କ ନାହିଁ।

ଯେତେ ବଖାଣିଲେ ବି ଶବ୍ଦର ଅଭାବ,

       ପାରୁନାହିଁ ମୁଁ ଆଉ କହି।

ସାତ ଜନ୍ମେ ବି ଋଣ ତୁମ ପାରିବିନି ଶୁଝି,

     ସବୁ ଜନ୍ମେ ଆସ ମାମୁଁ ହୋଇ।



Rate this content
Log in

Similar oriya poem from Fantasy