STORYMIRROR

PRIYABRAT PARIDA

Comedy Fantasy

4  

PRIYABRAT PARIDA

Comedy Fantasy

ଅଲାଜୁକ ପ୍ରେମ

ଅଲାଜୁକ ପ୍ରେମ

1 min
229

ବାହାରିଲି ଦିନେ ମାର୍କେଟ ବୁଲି ମୁଁ 

ବାଇ ସାଇକେଲ ଚଢ଼ି,

ବାଟରେ ଦେଖିଲି ସୁନ୍ଦରୀ ଝିଅଟେ

ଯାଉଛି କଲେଜ ପଢ଼ି ll


ମନରେ ପାଞ୍ଚିଲି କରିବି ତାହାକୁ

ଗାର୍ଲଫ୍ରେଣ୍ଡ ଆଜି ମୋର,

ବିଭା ହେଇ ତାକୁ ଗଢିବି ସଂସାର

ପିନ୍ଧେଇଣ ସୁନା ହାର ll


ଇମ୍ପ୍ରେସ କରିବାକୁ ନାନା ଉପାୟ

ନେଟରୁ ଆଣିଲି ଖୋଜି,

ଗେଟଅପ ମୋର କରିଦେଇ ଚେଞ୍ଚ

ଚାଲିଲି ରୋମିଓ ସାଜି ll


ଓହ୍ଲାଇ ଗଲି ମୁଁ ପଛେ ପଛେ ତା'ର 

ସାଇଜ କରିଣ ବାଳ,

ଫେୟାର ହାଣ୍ଡସମ ଲଗାଇଲି ମୁଁ

ମୁହଁରୁ ପୋଛିଣ ଝାଳ ll


ପାଟିରେ ଲଗେଇ ଦୁଇଟି ଆଙ୍ଗୁଠି

ମାରିଲି ଗୋଟିଏ ସିଟି,

ଆଇ ଲଭ ଇଉ କହିଦେଲେ ଥରେ 

ଭାବିଲି ଯିବ ସେ ପଟି ll


ସିଟି ଶୁଣି ମୋର ଅନାଇଲା ବୁଲି

ମୁରୁକି ହସିଲା ଖାଲି ll

ହସ ଦେଖି ତାର ଭୁଲିଲି ନିଜକୁ

ଗୋବରରେ ପଡ଼ିଗଲି ll


ହାଲତ ଦେଖି ମୋ କମେଣ୍ଟ କରିଲା 

ଗଡ଼ିଗଲା ହସି ହସି ll

ମଜା ଉଡାଇଲା କଦର୍ଯ୍ୟ ମୁଖର

ସାଇକେଲ ପାଖେ ବସି ll


କଳା କିଟିକିଟି ଗୋବର ଦେହରେ

କହିଲି ଶୁଣ ଗୋ ପ୍ରିୟା,

ପ୍ରେମ ଆବେଗକୁ ଗ୍ରହଣ କର ମୋ

କରିବି ତୁମକୁ ଜାୟା ll


ରାଗିକି କହିଲା ଆରେ ଅଲାଜୁକ

ଝିଅ କି ଦେଖିନୁ କହ,

ପ୍ରପୋଜ କରିବାକୁ ଆଉଥରେ ଆ 

ଆଇନାରେ ଦେଖି ମୁହଁ ll


ମୁହଁଟା ମୋହର ହେଇଗଲା ଛୋଟ

ଲାଜେ ପଡିଗଲା ନାଲି,

ପ୍ଲାନ ସବୁ ମୋର ହୋଇଲା ଭଣ୍ଡୁର

ମୁହଁ ପୋତି ଗଲି ଚାଲି ll


Rate this content
Log in

Similar oriya poem from Comedy