STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମାମୁଁ ଘର

ମାମୁଁ ଘର

1 min
13.7K


ମାମୁଁ ଘରେ ଅଜା ଆଈ

ମାମୁଁ ଘରେ ମାମୁଁ ମାଇଁ

ମାମୁଁ ଘର ବଢ଼ିଆ,

ମାମୁଁ ପୁଅ, ମାମୁଁ ଝିଅ

ସେମାନେ ମୋ ଭାରି ସାଙ୍ଗ

ବଣ୍ଟିଆଉ ବୁଢ଼ିଆ।

ମାମୁଁ ଘର ଗୋଠେଗାଈ

ହାଣ୍ଡି ଭରା ଦୁଧ ଦହି

ଯେତେ ଇଚ୍ଛା ଖାଉଥା,

ମାଇଁଗଢ଼ା ଛେନାମଣ୍ଡା

ଖାଇଲେ ବିଦିଗଣ୍ଡା

ମାଗେ ଆଉ ଦିଇଟା।

ମାଉସୀ ମୋ ଟିକେ ଛୋଟୀ

ସିଏ ବିଟିକିଏ ମୋଟି

କଥା କହେ ନିଠେଇ,

ଦୋକାନକୁ ମତେ ସିଏ

କାଖେଇ କି ନେଇଯାଏ

କିଣି ଦିଏ ମିଠେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics