ମାହେଶ୍ଵରୀ
ମାହେଶ୍ଵରୀ
• ମହାଦେବୀ ମାହେଶ୍ଵରୀ ସତୀ ଶକ୍ତିମତ୍ତୀ,
• ଅଭୟ ବରଦା ଉଗ୍ରତାରା ଉଗ୍ର ମୂର୍ତ୍ତି ।।
• ଆଜିର ଦିନରେ ତୋରେ କରିବଇଁ ଅଳି,
• ଚକ୍ଷୁ ର ପଲକେ ଦେଖ ତୁଟିଯାଏ ଶିରୀ ।।
•
• ଅପଶଦ୍ଦ ଅପବ୍ୟୟ ଅପକର୍ମ ଯେତେ,
• ପ୍ରସରି ଯାଉଛି ମାତ ଚକ୍ଷୁର ପଲକେ ।।
• କାଳୀ,କପାଳୀ,ମଙ୍ଗଳା ଦୁଷ୍ଟ ନିବାରଣେ,
• ଅବତରି ରକ୍ଷାକର ବିଶ୍ବେ ସନ୍ଥଜନେ ।।
•
• ମା'ଅବତାରେ ଜାୟା, ଭଗିନୀ ରୂପରେ,
• ଯୋଗମାୟା,ଭବାନୀ, ଯୋଗିନୀ ପରକାରେ ।।
• ସେଥିପାଇଁ ମୁନି, ଋଷି କରନ୍ତି ମା'ସ୍ତୁତୀ,
• ଅଭୟା,ବରଦା ମାଗୋ ଦେବୀ ଶକ୍ତିମତ୍ତୀ ।।
•
• ଦୁଃଖ, ଯନ୍ତ୍ରଣା, ଯାତନା ନାରୀ, ପୁରୁଷ ରେ,
• ଅବିଶ୍ବାସ ବିଷେ ମରେ କାମନା ଜ୍ବାଳାରେ ।।
• ଅବକ୍ଷୟ ହୁଏ ଭୂମି, ପାହାଡ଼,ବନସ୍ତ,
• ଲୁପ୍ତ ଅବକ୍ଷୟ ଧରା ପ୍ରାଣୀ ହନ୍ତସନ୍ତ ।।
• ଅର୍ଦ୍ଧନଗ୍ନା ,ମୁକ୍ତକେଶା ମାତୃ ସମା ନାରୀ
• କୁଟିଳ ଦେହଜ ପ୍ରେମ ବିଷ ଯାଏ ଚରି ।।
•
• ଅଣୁ,ପରମାଣୁ ଅସ୍ତ୍ର, ଯନ୍ତ୍ର ମାନବର,
• ବଳେ ଚନ୍ଦ୍ରମଣ୍ଡଳ କୁ ଯାତ୍ରା ମାନବର ।।
• ନର ରାକ୍ଷସ କ୍ଷମତା ବଳେ ବ୍ୟଭିଚାର
• ବଢ଼ି ଚାଲିଛି ଚାଲିଛି ଏମନ୍ତ ପ୍ରକାର ।।
• ଜଗତ ଜନନୀ ମାତା ପ୍ରଳୟ ସ୍ବରୂପା
• ଦୁ଼ର୍ଗତି ନାଶିନୀ ଅଭୟା ମହାମାୟା ଦୁର୍ଗା ।।
•
• ସନ୍ତାନ ବତ୍ସଳା ଦୁଃଖ ତାପ ସଂହାରିଣୀ,
• ଅମୃତିମ ମୟ କର ମାତ ପବିତ୍ର ଧରଣୀ ।।
• ଧନ,ଯଶ,ଆୟୁ,ବିଦ୍ୟା କରିଣ ପ୍ରଦାନ,
• ଅଖଣ୍ଡ ଶାନ୍ତି, ଅଚଳା ଭକ୍ତିରେ ନିଷ୍କାମ ।।
• ଅରୁଣ କରେ ଯଥା ମହୀ ଆଲୋକିତ,
• ତୋ ସୁକଲ୍ୟାଣେ ଅପସରି ଯାଉ ମା ବିପଦ ।।
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- ------------------- ----------
