STORYMIRROR

Brundabana Pradhan

Comedy

3  

Brundabana Pradhan

Comedy

ମାଗଣା ଅଛି ତ ଦିଅ

ମାଗଣା ଅଛି ତ ଦିଅ

1 min
170

ପଇସା ଖରଚ କି ଅଛି ଗରଜ

ହାତ ପତେଇଲେ ମିଲେ ଭାତ

ଆଜିର ଦିନରେ ପାରୁନି ମାଗି 

ଖାଉଛି ସଦା ଲାତ। 


ହେ ସରକାର ବାହୁନି ମାଗୁଛୁ 

ଆହୁରି ଦିଅ ଆହାର ମାଗଣା ଚାଉଳ 

ଖାଇ ଖାଇ ଏବେ ଆମେ 

ଜନଗଣ ଅଛୁ ସ୍ୱଚ୍ଛଳ ସକଳ। 


କିଏ ହେବେ ମନ୍ତ୍ରୀ ସରକାର 

ଏସବୁ ଆମର ନାହିଁ ଦରକାର 

ଆସିଗଲେ ଇଲେକ୍ସନ 

ମାଗଣା ମିଲୁ ମଦ ବିଅର କମିଶନ। 


ଯେ ଜିତୁ ଯେ ହାରୁ 

ଆମର ଯାଏଆସେ ନାହିଁ 

ଖୁସି ଅମେ ଆଜି ମାଗଣା 

ଚାଉଳ ଆହାର ପାଇଁ। 


ମାଗଣା ଅଛି ତ ଭାଇ ବଢାଇଦିଅ

ନହେଲେ ପତ୍ରିକା ରଖିଦିଅ 

ମାଗଣା ଆମର ଅଧିକାର 

ଶୁଣ ଶୁଣ ସରକାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy