STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ମାେ ଗାଁ ମହାଦେଈ ପୁର

ମାେ ଗାଁ ମହାଦେଈ ପୁର

1 min
207


ଶ୍ରୀ ନରସିଂହ ପାତର, ପିତାଙ୍କ ନାମ ଶ୍ରୀଧର

  ଜନମି ଆମ ଗ୍ରାମର, ଥିଲେ ବୋକାରେ,

ଗ୍ରାମର ଦେଖି ଉନ୍ନତି, ସେବାରେ ବଳାଇ ମତି

  ସ୍ଥାପନ କରିବେ ପାଠାଗାର ଗ୍ରାମରେ

      ତିନିଶତ ଟଙ୍କା ପ୍ରମାଣ,

ସାଙ୍ଗ ରାଜାରାଓ କରେ,କଲେ ପ୍ରଦାନ।


ବିହାର ବୋକାର ଠାରେ, ଘନଶ୍ୟାମଙ୍କ ହସ୍ତରେ

   ସମର୍ପିଲେ ନାନାବିଧ,ପୁସ୍ତକମାନ,

ଦୁଇ ଗୋଟି ଆଲମାରୀ, ଭରା ପୁସ୍ତକ ତାହାରି

   ହିନ୍ଦୀ ଓଡ଼ିଆ ଭାଷାର ଶାସ୍ତ୍ର ପୁରାଣ

     ରେଳ ଯୋଗେ ଶ୍ରୀ ଘନଶ୍ୟାମ

ଆଣିଲେ ଗ୍ରାମକୁ ପାଇ ଅତ୍ୟନ୍ତ ଶ୍ରମେ।


ମୋଗାଆଁ ଆଖଡ଼ା ଶାଳ, ସହଯୋଗେ ଯୁବଦଳ

  ବଳେ ନାନା କଉଶଳେ, ଶ୍ରୀ ଘନଶ୍ୟାମ,

ଆଖଡ଼ା ବାମ ପାର୍ଶ୍ୱରେ,କୋଠରୀ ନିର୍ମାଣି ହେଳେ

  ନାମେ ଶ୍ରୀ ଚନ୍ଦ୍ରଶେଖର ଶିବଙ୍କ ନାମ

      ଗ୍ରାମବାସୀଙ୍କ ସହଯୋଗେ,

 ଗଢ଼ାଗଲା ପାଠାଗାର ଦକ୍ଷିଣ ଦିଗେ।


ନାନାଦି କାବ୍ୟ କବିତା, ପୁରାଣ,ସଂହିତା,ଗୀତା,

   ସଂଗ୍ରହରେ ଘନଶ୍ୟାମ ଲାଗି ସହଳ,

ସକଳ ଶାସ୍ତ୍ର ପୁରାଣ,  ଭାଗବତ,ରାମାୟଣ

   ମହାଭାରତ,ବିଜ୍ଞାନ,କରିଲେ ଠୁଳ

     ଅଞ୍ଚଳବାସୀ ଏ ସକଳେ,

ଉପକୃତ ହେଲେ ପାଠାଗାରର ବଳେ।


Rate this content
Log in

Similar oriya poem from Inspirational