STORYMIRROR

Gangotri Priyadarshini

Action Inspirational Others

4  

Gangotri Priyadarshini

Action Inspirational Others

ମାେ ବାବା

ମାେ ବାବା

1 min
178

ପୃଥିବୀରେ ନାଟକୀୟ ପଦାର୍ପଣ

ଶ୍ରେୟ ମୋ ବୋଉ ବାବାଙ୍କୁ

ଏଡିକିରୁ ଏତେ ବଡ଼

ଗୋଟେ ପିଲାର ମାଆ ମୁଁ

ଆଜି ବି ଅଳି କରେ,ଜିଦ୍ ଧରେ 

ବାବା କଣ ବୋଲି ମୋତେ ଭାବନ୍ତି କେଜାଣି

ବାବୁ ବାବୁ ବୋଲି ଡାକୁଥାନ୍ତି ।।


ମୋତେ ନେଇ ଥିଲା ତାଙ୍କର 

କେତେ ଯେ ନାହିଁ ନଥିବା ସ୍ଵପ୍ନ

ଶହେରୁ ତିରିଶ ବୋଧେ ପୂରା ହେଇ ଥିବ ମୋ ଦ୍ଵାରା

ସେଥିପାଇଁ ଅଳ୍ପ ମନ ଊଣା ମାେ ବାବାଙ୍କର ।।


ମୋ ପାଇଁ ମାେ ବାବାଙ୍କ ଆଖିରେ 

ଉଡାଣ ର ବିରାଟ ଏକେ ସ୍ଵପ୍ନ

ହେଲେ ମୁଁ ଏଇ ଜୀବନର

ମିଶାଣ ଫେଡାଣ ହରଣ ଗୁଣନ ରେ ସୀମାବଦ୍ଧ

କେବେ ସମ୍ପର୍କର ମିଶାଣ

ସ୍ନେହ ସରାଗ ରେ ଫେଦାଣ

ସେମିତିରେ ବି ମୁଁ ଅଙ୍କରେ ଦୁର୍ବଳ ଛୋଟ ବେଳୁ।।


ମନେ ଅଛି ମୋର

ସବୁ ସମ୍ପର୍କକୁ ଆଣି 

ବାବାଙ୍କ ପାଖରେ ରଖି ତଉଲେ

ସମସ୍ତେ ଫେଲ ହେଇ ଯାଆନ୍ତି ମୋ ନଜରରେ

ମୋ ବାବା ମୋର ସର୍ବସ୍ୱର ସର୍ବାଗ୍ରେ 

ଆଶୀର୍ବାଦରେ ଘୋଡେଇ ଦିଅନ୍ତି

ମୋର ଅପାରଗତା ଆଉ ବିବଶ ଭାବକୁ ।।


ମାେ ବାବାଙ୍କ ଆତ୍ମ ପ୍ରତ୍ୟୟ ର 

ନୀରବ ଅଭିମାନ ରେ 

ମୋର ଅସ୍ତିତ୍ବ ଆଜି ବି ସଂଘର୍ଷରତ

ଉକୁଟେଇବାକୁ ଧାରେ ଆତ୍ମ ତୃପ୍ତିର ହସ

ମାେ ବାବାଙ୍କ ମୁହଁରେ 

ମାେ ପାଇଁ କେବଳ ମାେ ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action