STORYMIRROR

Pramila Sahoo

Tragedy

2  

Pramila Sahoo

Tragedy

ମାଆ

ମାଆ

1 min
13.5K


ଇଶ୍ୱର ପୂଜି ପାଇଥିଲି ପୁଅ,

ମନରେ ଥିଲା ମୋର ଅସୁମାରୀ ସ୍ବପ୍ନ ।

ଜୀବନର ସବୁ ଖୁସିକୁ କରିଲି ତୁଚ୍ଛ,

ପାଲଟି ଗଲି ମୁଁ ଗୋଟେ ବୋହୂରୁ ମାଆ ।

ଭାବି ଥିଲି ବୃଦ୍ଧ ବୟସରେ ପୁଅ ହେବ ମୋର ସାହା,

ପୁଅ ମୋର ବଡ ହୋଇ ଭୁଲି ଗଲା ପରା ସେହି...ମା... ।

ସେହି ପୁଅ ଯେବେ ବାହା ହୋଇ,

ଘରକୁ ଆଣିଲା ବୋହୂ...!

ମୋର ସ୍ୱପ୍ନ ଆଶାକୁ ମୁଁ ଦେଲି ହୃଦୟରେ ମାରି

ପୁଅ ମତେ ଦେଲା ଘରୁ ବାହାର କରି

କେତେ ଓଷା ବ୍ରତ କରି ପାଇଥିଲି ପରା ପୁଅ

ସେହି ପୁଅ କଲା ଆଜି ମତେ ସାତ ପର ବୁଲୁଛି

ମୁଁ ଭୋକ ଉପାସରେ ଦ୍ୱାର ଦ୍ୱାର........।

ପିଲା ଦିନେ ରାତି ରାତି ଉଜାଗର ରହି କରୁଥିଲି କେତେ ସେବା ଯତ୍ନ...

ଆଜି ବୃଦ୍ଧ ଅବସ୍ଥାରେ ଖୋଜୁଛି ଟିକିଏ ସ୍ନେହ ପ୍ରେମ

"ମା"ର ସ୍ନେହ ମମତା ଗଲୁସବୁ ଭୁଲି

ହେଲେ କାନ୍ଦୁଛି ଏଇ ମୋର ହୃଦୟ କି ଦିନ ରାତି

ଲୋଡାନାଇ ମୋର ସରଗ ସୁଖ

ଖୋଜି ବୁଲେ ମୁଁ ତୋର ମା ଡାକ.....ମା ମା ମା...

(ପ୍ରମିଳା )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy