STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ମାଆ

ମାଆ

1 min
10


ମାଆ ସୃଷ୍ଟି ମାଆ ହିଁ ସଂସାର 
ନଥାଏ ଯାର ଆପଣା ପର 
ମାଆ ସୁନ୍ଦର ମାଆ ସାହାସ 
ମାଆ ନାମେ ଅଛି ଇତିହାସ 
ମାଆ ସତ୍ୟ ମାଆ ଆଶୀର୍ବାଦ 
ମାଆ ଥିଲେ ଶିଶୁ ନୁହେଁ ବର୍ବାଦ 
ମାଆ ସମ୍ପୂର୍ଣ୍ଣ ମାଆ ଆରମ୍ଭ 
ମାଆ ସଂସାରେ ପଥିକ ଜରଦଗବ 
ମାଆ ସ୍ନେହୀ ମମତାମୟୀ ମାଆ ଶେଷ
ମାଆ ଥିଲେ ଅଛି ଶୋଷ ନାହିଁ ଅବଶୋଷ 
ମାଆ ହିଁ ପ୍ରେମ ମାଆ କୋଳେ ଶାନ୍ତି 
ଦୂରେଇ ଆଶାନ୍ତି ପାଇବାକୁ ତୃପ୍ତି 
ମାଆ ହିଁ ଆଶା ଓ ଭରସା 
ମାଆ ଥିଲେ ନାହିଁ ହତାଶା କି ନିରାଶା 
ମାଆ ହିଁ ବିଶ୍ୱାସ ପୁତ୍ର କନ୍ୟାଙ୍କ ନିଶ୍ୱାସ 
ମାଆ କୋଳେ ଦୁନିଆଁ ସୁନ୍ଦର 
ଜାଣିଛି ସ୍ନେହ ମନ୍ତର ମମତା ହୁନ୍ଦର 
ମଣିଷ ପଶୁ ପକ୍ଷୀ ସଚରାଚର 
ମାଆଟିଏ ଥିଲେ ସୁଖ ଦୁଃଖର ସହର
ଭଲ ଲାଗେ ଗାଁ ଅବା ସହରର ଘର 
ମାଆ ଯୋଉଠି ରଗଡ଼େ ଜାଇ ବରାବର 
ବାଟେ କୁଟେ ପିଠିରେ ଲଦି ପଥର 
କହେନା କାହାକୁ ଭଲ ମନ୍ଦ ତାର 
ମାଆ ପାଇଁ କେଡେ ସୁନ୍ଦର ମୋ ଗାଁର 
ଚାଳ ଛପର ଝାଟିମାଟି ଘର 
ଲିପାପୋଛା ଝୋଟିଚିତା ସବୁ ଅପାର
ସେସବୁ ମୋ ମାଆ ହାତର
ମାଆ ହାତ ଯୋଉଠି ସେତ ସରଗପୁର
,,,,,,,,,,,,,,,,,


Rate this content
Log in

Similar oriya poem from Abstract