ମାଆ ତୁମେ ମୋର
ମାଆ ତୁମେ ମୋର
ମାଆ ମାଆ ବୋଲି ଡାକୁଛି ଅଥୟେ
ନିଅ ମା କୋଳକୁ ଟାଣି
ତୋ ଛାତି ମମତା ଚରଣ ଧୂଳି ଠୁଁ
ବଡ଼ କେ ପାରୁନି ଜାଣି
ସେହି ଧୂଳି ମୋର ପ୍ରାଣର ବିଭୁତି
କିଛି ମାଗୁନାହିଁ ତୋତେ
ମୋ ପାଇଁ ତ ତାହା କୋଟି ଅଇଶ୍ୱର୍ଯ୍ୟ
ନୀରବରେ ମଥାପାତେ
ଫୁଲର ସୁରଭି ଅଗ୍ନି ର ଦହନ
ତୁଷାର ର ଶୀତଳତା
କବି ମାନସ ର କଳପନା ତୁମେ
ମଦିରା ର ମାଦକତା
ଶିଶୁ ର ଓଠରେ ମିଠାହସ ତୁମେ
ସରଳତା ବାଳକ ର
ପୁରୁଷ ହୃଦୟେ ପ୍ରତ୍ୟୟ ତୁମେ ତ
ବିଳାସ ନାରୀ ମନର
କ୍ଷେତ ରେ ତୁମେ ତ ଶସ୍ୟ ସବୁଜିମା
ଧରାକୁ କରିଛ ପୂର୍ଣ୍ଣ
ଆକାଶ ର ନୀଳ ରଙ୍ଗ ତୁ ମାଆ ଲୋ
ଶରତେ ପୁନେଇଁ ଜହ୍ନ
ଜନନୀ ବୁକୁରେ ସୁଧା ହୋଇ ଝର
ତୁମେ ବତ୍ସଲ୍ୟ ମମତା
କଳୁଶ ନାଶିନୀ ଦିଅ ଗୋ ଆଶିଷ
ଚରଣେ ନୁଆଁଏ ମଥା