ମାଆ ତାରିଣୀ
ମାଆ ତାରିଣୀ
କିଏ ଡାକେ ତୋତେ ନଡ଼ିଆରାଣୀ
କିଏ ଡାକେ ତୋତେ ମାଆ ତାରିଣୀ
ନାଲି ମନ୍ଦାରରେ ସଜ ହେଉ ମାଆ
କିଏ ଡାକେ ତୋତେ ମନ୍ଦାର ରାଣୀ
ମାଲୋ ଘଟଗାଁ ରାଣୀ
ମାଲୋ ମାଆ ତାରିଣୀ ।
ଭକତ ମନର ବେଦନା ଜାଣି ମା
ମନାସୀ କରୁ ପୂରଣ
ଗୋଟା ନଡ଼ିଆରେ ସିନ୍ଦୁର ଟିକିଏ
ନାଲି ଶାଲୁ ଆବରଣ
ଅତି ଶରଧାରେ ନାଲି ଶାଢ଼ୀଟିଏ
ଦେଇ କରେ ଯେ ମାଗୁଣୀ ।
ଧନ ଦରବକୁ ତୁଚ୍ଛ କରି ମାଆ
ମାଟି ଘୋଡାରେ ତୋ ମନ
ପିତଳ ଘଣ୍ଟର ମଧୁର ତାନରେ
ନିତି କରୁ ମା ଭୋଜନ
ଅତି ଶରଧାରେ ପିତଳ ଘଣ୍ଟଟି
ଆଣିଛି ଟି ମନ ଜାଣି ।
