STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ମାଆ ତାରିଣୀ

ମାଆ ତାରିଣୀ

1 min
271

ମାଆ ଲୋ ମାଆ ମୋର

ମାଆ ତାରିଣୀ

ତୋ ନାଲି ସିନ୍ଦୂର ମଥାମଣି ମୋର

ତୋ ନାଲି ମନ୍ଦାର ଦିଗ ବାରେଣି

ମାଆ ଲୋ ମାଆ ମୋର...


ଖାଲଢିପ ଭରା ମୋ ଜୀବନ ପଥ

ପାଦେପାଦେ ଏଠି ଭରା ବିପଦ

ତୋ ନାଁ କୁ ମାଆ ଜପ କରୁଥିଲେ

ଅବସାଦ ଆଉ କରେନି ବାଦ

ଅମା ଅନ୍ଧକାର ଅପସରି ଯାଏ

ଉଆଁସ ରାତିରେ ଜଳେ ରୋଷଣୀ

ମାଆ ଲୋ ମାଆ ମୋର....


ତୋ ପାଦୁକ ପାଣି ମନ ନିଏ କିଣି

ମନ ପୂରିଯାଏ ତୋ ଗୀତ ଶୁଣି

ବେଳ ଅବେଳରେ ଭରଷା ହୋଇଛୁ

କାଳେକାଳେ ମୁଁ ଲୋ ତୋପାଖେ ଋଣି

ଅଥଳ ଜଳରୁ ପାରି ହେବାପାଇଁ

ତୁ ମୋ ଆହୁଲା ତୁ ତରଣୀ

ମାଆ ଲୋ ମାଆ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics