STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ମାଆ ଦୁର୍ଗତିନାଶିନୀ ଦୁର୍ଗା

ମାଆ ଦୁର୍ଗତିନାଶିନୀ ଦୁର୍ଗା

1 min
5


ଧରଣୀ କୋଳେ ମାଆ ଆସିଛି କାଳେ 

ସୁଶୋଭିତ ସଜ୍ଜିତ ପ୍ରକୃତି ଡ଼ାଳେ ବକଳେ 

ସୁଷମା ବିରାଜେ ନେତ୍ର ପଖାଳେ 

ଆହା କି ମନୋରମ ଶୁଭ୍ର ସୁଶୀତଳେ 

ପ୍ରକୃତି ଉଛୁଳି ଉଠୁଛି ନବଦିନ ସକାଳେ 

ପ୍ରତିଟି ସୁନେଲି ସକାଳ ଅମୃତ ବର୍ଷା ଜଳେ 

ପରିପୂର୍ଣ୍ଣତା ସାଥିରେ ଖୁସିର ଜୁଆର ଢାଳେ 

ମାଆ ଦୁର୍ଗା ଅସ୍ତ୍ର ଶସ୍ତ୍ର ସୁଶୋଭୀତ ସୁନୀଳେ 

ନୀଳ ନୟନାଙ୍କୁ ଦେଖିବାକୁ ସୁରୁଜ ଢ଼ଳେ 

ରାତ୍ରୀ ଆକାଶରେ ଚନ୍ଦ୍ରମା ଜଳେ 

ଅନ୍ଧାର ଉଆଁସ ପୂର୍ଣ୍ଣିମା ତିଥି ବି ଢ଼ଳେ 

ଚମକେ ମଣ୍ଡପ ତୋରଣ ସାଜସଜ୍ଜା 

ଶୃଙ୍ଖଳା ଶିକୁଳେ ନାହିଁ ଛଳ କପଟ ରୋଳେ 

ମାଆ ଦୁର୍ଗତିନାଶିନୀ ସିଂହବାହିନୀ 

ହସୁଛନ୍ତି ପଦ୍ମମୂଳେ କେଵେ ଗଛ ଡାଳେ 

କେଵେ ବର୍ଷା ଜଳେ ଅଙ୍କିଛି ଶିଳ୍ପୀ ଆକୁଳେ

ମାଆ ଗୋ ଜ୍ଞାନ ବୁଦ୍ଧି ଦାତ୍ରୀ ଦେ କୁଣ୍ଡଳ ହଳେ 

ଭୟ ଭ୍ରାନ୍ତିରେ ନପଡ଼ି ତଳେ 

ଉଠନ୍ତୁ ସକଳେ କଳ ବଳ କୌଶଳେ 

ତୁମ୍ଭ କୃପା ଆଶୀର୍ବାଦ ବଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract