STORYMIRROR

Rakesh Kumar Sahu

Tragedy Inspirational

4  

Rakesh Kumar Sahu

Tragedy Inspirational

ମା'

ମା'

1 min
247


ଦୂର ଦିଗବଳୟରେ କରେ ମୁଁ ଖୁସିର ସନ୍ଧାନ

କିଛି ନ ପାଇ ବି ଫେରି ଆସେ,

ମା' ତୁମ ଡାକରେ ମୁଁ ହୁଏ ସମୋହନ।


ସବୁ ଭୁଲ୍ ମୋର ଲୁଚେଇ ଦେଇଛ

କେବେ ମୋତେ ଦୁଃଖୀ ଦେଖି ପାରିନ,

ମୋ ଭଲ କାମରେ ପୁଣି ମୁରୁକି ମୁରୁକି ହସିଛ।


ସବୁ କଷ୍ଟକୁ ଛାତି ତଳେ ଦିଅ ଚାପି

ସ୍ମିତହାସ୍ୟର ଆଡ଼ୁଆଳେ ପୁଣି,

ସଂଘର୍ଷ କର ଯେ ବୀର ପ୍ରସବିନୀ ସାଜି।


ସବୁ କଷ୍ଟ କ୍ଷଣେ ଯାଏ ଦୂରେଇ

କୋଳେ ତୁମ ଥରେ ମୁଣ୍ଡ ରଖିଦେଲେ,

ସବୁ ଯନ୍ତ୍ରଣା ବହ୍ନିକୁ ଦିଏ ସେ ଲିଭେଇ।


ହାତେ ମିଳିଯାଏ ସରଗର ସେଇ ଶଶୀ

ଦୁର୍ଲଭ ଉଷ୍ମତା ମିଳିଥାଏ ସତେ,

ଯେବେ ମା ତୁମେ ମୋ ମଥା ଦିଅ ଆଉଁସି।


ସଭିଙ୍କ କଥା ବୁଝି ନିଜକୁ ଗଲ ଭୁଲି

କାହିଁକି କିଛି ନ କହି,

ଗୋଟେ ଅଜଣା ଜାଗାକୁ ପର କରି ଗଲ ଚାଲି।


ଅଣନିଶ୍ୱାସୀ ଆଜି ଚାରିକାନ୍ଥ ଲାଗଇ

ଫୋଟୋ ତୁମ ଥରେ ଦେଖିଦେଲେ,

ଆଖି କୋଣରେ ଲୁହ ଆସେ ଜକେଇ।


ଦିନେ ନ ଦେଖିଲେ ବ୍ୟସ୍ତ ହେଉଥିଲ

ଖୋଜୁ ଥିଲ ପାଗଳି ପରି,

ଯିବା ଆଗରୁ ପୁଅକୁ ପଦେ ହେଲେ ନ କହିଲ।


ଅଝଟ ମୋ ସବୁ ହଜି ଯାଇଛି

ମା' ତୁମେ ଭାରି ମନେ ପଡ,

ତୁମ ହାତ ଆଉଁସା ସତେ ଲିଭି ଯାଇଛି।


ଦୁଃଖ ସମୁଦ୍ରର ଲୁହ ଢେଉ ଏଠି

କୂଳ ଲଂଘନ କରି ମିଶୁଛି,

ତୁମ ସ୍ମୃତି ସବୁ ରହିଛି ଯେଉଁଠି।


ବୟସ ବଢୁଛି ସମୟ କଟୁଛି

ଅନ୍ଧାର ଘନେଇ ଆସିଲେ,

ତୁମ ବିରହ ଘା' ଆହୁରି ଗହୀର ହଉଛି।


ତୁମ ଯୋଗୁ ମା' ସବୁ ମୁଁ ପାଇଛି କିଛି ଅଭାବ ନାହିଁ

ତୁମ ଅଭାବ କେବେ ଯିବ ବୋଲି,

ଭାବୁଛି ନିତି ଖୋଲା ଆକାଶକୁ ଚାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy