STORYMIRROR

Rakesh Kumar Sahu

Romance Tragedy

4  

Rakesh Kumar Sahu

Romance Tragedy

ପ୍ରେମ ନା ପରିକଳ୍ପନା

ପ୍ରେମ ନା ପରିକଳ୍ପନା

2 mins
330

ସବୁବର୍ଷ ଭଳି

ଏ ଥର ବି ବିଜନ ବେଳାରେ

ବିତୁଥାଏ ସମୟ

ରାତ୍ରିର ଈଷତ୍ ପାଣ୍ଡୁର ଆକାଶ ତଳେ,

ମୁଁ ହଜି ଯିବି କାଳେ ।

ଜର୍ଜରିତ ଆକାଶରେ

ଜହ୍ନ ଟା ଜଳି ଜକଜକ

ଅସହାୟ ନିଷ୍ପ୍ରଭ ତରକାପୁଞ୍ଜ,

ସେଠି ନୀରବ ଦର୍ଶକ

ଆଉ ମୁଁ ନିରୂପାୟ ପଥିକ।

ମୃଦୁ ମଳୟର ସାମାନ୍ୟ ଦୋଳନ

ଗଛର ପତ୍ର ପଡୁଛି ଝରି,

ମଧୁର ରାଗର ସୃଷ୍ଟି

ସିଁ ସିଁ ଶବ୍ଦ ଆସୁଛି ଭାସି

ସମ୍ଭବତଃ ନିଶା ଗର୍ଜୁଛି ।

ଗଭୀର ରାତ୍ରିର ଚନ୍ଦ୍ର

ଶୀତଳ ଜ୍ୟୋତ୍ସ୍ନା ବଦଳେ

ଅଜାଡୁଛି ଉତ୍ତପ୍ତ ଚନ୍ଦ୍ରିକା,

ପାର୍ଶ୍ଵସ୍ତ ନିମ୍ବ ଗଛରେ ମୋ ବେଡ୍ ରେ

ଆଉ ମୋ କ୍ଲାନ୍ତ ହୃଦୟରେ।

ସ୍ୱାଭାବିକ ସରଳତାରେ

ନ ହୋଇ ବିଚଳିତ ନ କରି ସଙ୍କୋଚ

ପଚାରିଲା ମନ ମୋର

ପ୍ରେମର ଏତେ ରୂପ

ମାତ୍ର ସ୍ଵାଦ ତାର ଏ ଯାବତ୍ ଅପହଞ୍ଚ।

ବିଶ୍ଳେଷଣର ସରଳ ସିଦ୍ଧାନ୍ତ

ଛଳନାର କହଡହ,

ହତାଶାର ଯନ୍ତ୍ରଣା,

ଝୂରି ହେବା ବେଦନା,

ଆନନ୍ଦ ଠାରୁ ଦୁଃଖର ଅନେକ ଗଭୀରତା।

ନ ଜଳାଇ ସୁଖର ବର୍ତ୍ତିକା,

ଅଶନୀ ସାଜି ଦେଲା କୋହ ଅନେକ

ମଧୁର ସ୍ମୃତି ରୋମନ୍ଥନ

ମୁକ୍ତ ଆକାଶ, କାତର ତାରା, ଦୁର୍ବଳ ମଳୟ

ପ୍ରତାରିତ ପରିବେଶ ଓ ଉଦାସ ଜହ୍ନ।

ଇଛା ହେଲା ଜହ୍ନକୁ ଧରନ୍ତି

ସେ ଖସିଗଲା ମାତ୍ର ରହିଗଲା

ମୁଠା ମୁଠା ଚନ୍ଦ୍ରିକା

ସାଉଣ୍ଟିବାର ଚେଷ୍ଟା ହେଲା ବିଫଳ,

ନିକଟେ ଥାଇ ବି ଅଛୁଆଁ ସୁଷମା।

ମଧୁର ଆଶ୍ୱସନା, ନୀରବ ପ୍ରତିଜ୍ଞା

ମିଥ୍ୟା ପ୍ରତିଶ୍ରୁତି, ଦୈହିକ କାମନା

ଜାନ୍ତବ କ୍ଷୁଧାର ଅବାଞ୍ଛିତ ଲାଳସା

ଏସବୁ ମୋ ମନେ କିଛି ନ ଥିଲା,

ହେଲେ ତାକୁ ପାଶ୍ଚାତ୍ୟ ଉଲଗ୍ନ ସଂସ୍କୃତି ଗ୍ରାସିଥିଲା।

ଘନିଷ୍ଠ କ୍ଷତ, ନିଶ୍ଚଳ ହୃଦୟ, ନଗ୍ନ ଭାବନା

ବିରହ ଜ୍ୱାଳା, ପରିତ୍ୟକ୍ତ ଜୀବନ

ଘୃଣ୍ୟ ଆତ୍ମା, ଅବ୍ୟକ୍ତ ଯନ୍ତ୍ରଣା ପରେ

ଆମ ଦୁହିଁଙ୍କ ମଧ୍ୟେ ଦୂରତା ସେତିକି,

ଦୁଇଟି ସଂସ୍କୃତି ଭିତରେ ପାର୍ଥକ୍ୟ ଯେତିକି।

ଶଙ୍ଖ ଧବଳ ରାକା ରଜନୀ ତଳେ

ଛାପିଛାପିକିଆ ଶୋଭା ଅହେତୁକ ଭୟ

ମୁଁ ଶିହରୀ ଉଠେ କାନ୍ଥରେ ମୁହଁ ଲୁଚାଏ,

ଦ୍ଵିଧାହୀନ ନିର୍ଲଜ ମୋ ଆତ୍ମପ୍ରକାଶ

ଏମିତି ଅନେକ ତକିଆ ମୁଁ ଲୁହରେ ଭିଜାଏ।

ଆସିଲା ପାହାନ୍ତିଆ ସକାଳ

ଧ୍ଵଂସ ହେଲା ଅନ୍ତର ଚିତ୍କାର

ସତରେ ହଜିଲା ଚନ୍ଦ୍ରିକା,

ସରିଲା ଆଉ ଏକ ଭାଲେନଟାଇନ୍ସ୍ ଦିବସ

ପୁଣି ସ୍ମୃତିରେ ରହିଲା ପ୍ରେମିକା ।


Rate this content
Log in

Similar oriya poem from Romance