STORYMIRROR

Rakesh Kumar Sahu

Abstract

4  

Rakesh Kumar Sahu

Abstract

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
473

ପୁଣ୍ୟଭୂମି ଓଡ଼ିଶା

ଉତ୍କୃଷ୍ଟ କଳା ପ୍ରାଚୀନ ସଂସ୍କୃତି

ପରିବ୍ୟାପ୍ତ ଐତିହ ନିଆରା ପରମ୍ପରା

ଭାଷା ସାହିତ୍ୟ ଲାଗେ ବଢିଆ

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ପ୍ରକୃତି ରଚେ ମିଶ୍ରରାଗ

ଲାଗେ ଆହା କେଉଁ ପରୀ ରାଇଜ

ସାହାନାଇ ଯୋଡ଼ି ମହୁରୀ ବୀଣା

କୋଇଲି ଯହିଁ ଗାଏ କବିତା

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ଛଉ ଓଡ଼ିଶୀ ଆମ ପରିଚୟ

ଗୋଟିପୁଅ ଭାରି ଅମୂଲ୍ୟ

କୋଣାର୍କ ଲିଙ୍ଗରାଜ ଧଉଳି ବାରବାଟି

ଗାଉଥାଏ ସଦା ଗୌରବ ଗାଥା

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ଖଣ୍ଡଗିରି ଉଦୟଗିରି ୬୪ ଯୋଗିନୀ

ରାଜଧାନୀ ଯା'ର ମନ୍ଦିରମାଳିନୀ

ପାଇକ ପୁଅ ଭାରି ସ୍ଵାଭିମାନୀ

ପାରାଦୀପ ହୀରାକୁଦ ଚିଲିକା

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ଚଷା ଭାଇର ହଳୁଆ ଗୀତ

ସାବିତ୍ରୀ ବ୍ରତକୁ ବୋଉ ପଣତ

ଚିତଉ ଚକୁଳି ଏଣ୍ଡୁରି ପିଠା

ବାସି ପଖାଳ ଲାଗେ ସୁଆଦିଆ

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ପୁରାଣ ପୋଥି ଗାମୁଛା ଧୋତି

ଖୁଦୁରୁକୁଣୀ ମୁରୁଜ ଝୋଟି

ଦଣ୍ଡ ନାଟ ପାଲା ରଜ ମଉଜ

ପୁରୀ ଅଭଡ଼ାକୁ ରଥ ବାହୁଡ଼ା

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ସଞ୍ଜ ଦୀପ ଭାଗବତ ଟୁଙ୍ଗି

ଶଙ୍ଖ ଘଣ୍ଟ ଝୁଣା ହୁଳହୁଳି

ଚନ୍ଦନ ପେଡ଼ି, ଦାସକାଠିଆ

ଶଗଡ଼ ଗାଡ଼ି, ପାନ ବଟୁଆ

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ମେଳା ମଉଛବ କେତେ ସଂକ୍ରାନ୍ତି

ଚଉରା ଆଳତି, ତୁଳସୀ ମୁଣା

ପାଟ ଓଢଣୀ, ଚଇତି ଘୋଡ଼ା

ଆମ ରସଗୋଲା ହୃଦୟ ଛୁଆଁ

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ମଧୁବାବୁ ବିଜୁବାବୁ ଫକୀରମୋହନ

ବାଜି ରାଉତ କଳ୍ପନା ସୁଦର୍ଶନ

ବକ୍ସି ଜଗବନ୍ଧୁ ଚେତନା ନନ୍ଦିନୀ

ଆଦିକବି ଦେବାଶିଷ ଦିଲ୍ଲୀପ ପଦ୍ମିନୀ

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।

ବାକି ରହିଗଲେ ଅଜସ୍ର ବୀର ସନ୍ତାନ

ଶୁଷ୍କ ହେଇଗଲା ମୋ କଲମ ମୁନ

ଓଡ଼ିଆ ଜନଙ୍କ ଲଢ଼ୁଆ କଥା

ଇତିହାସ କହେ ବଜାଇ ବାଜା

ଗର୍ବିତ ଆଜି ମୁଁ ଅଟେ ଓଡ଼ିଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract