STORYMIRROR

Hasyamayee Raj

Inspirational

3  

Hasyamayee Raj

Inspirational

ମା

ମା

1 min
329


ଶ୍ରାବଣର ବର୍ଷାରେ ତମେ

ଶରତର ଆକାଶରେ ତମେ

ଗ୍ରୀଷ୍ମର ଆତପରେ ତମେ

ମଳୟର ହିଲ୍ଲୋଳରେ ତମେ

ପ୍ରକୃତିର ପ୍ରତିଟି ଛନ୍ଦରେ

ମୋର ପ୍ରତିଟି ପ୍ରଶ୍ବାସରେ ତମେ

କେଉଁଠି ନାହଁ ତମେ ମା

ତମ କାନ୍ତ କମନୀୟ ରୂପ

ତମ ସ୍ନିଗ୍ଧ ମୁକ୍ତ କେଶ

ତୁମ ପବିତ୍ର ପ୍ରଶାନ୍ତ ନେତ୍ର 

ଆବେଶ କରେ ଯେ ମୋତେ

ହେ ଖଡ୍ଗ ଧାରିଣୀ

ଦୁର୍ଗତିନାଶିନୀ ଦୁର୍ଗା 

ଭୂବନ ମୋହିନୀ ଶକ୍ତିମୟୀ 

ଦଶଭୁଜା ମହାମାୟୀ ଅପରୂପା

ତେଜି ଦିଅ ମାନବର ତନ୍ଦ୍ରା 

ତମେ ଜଗତ ଜନନୀ ସତେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational