Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashutosh Swain

Abstract Inspirational Others

3  

Ashutosh Swain

Abstract Inspirational Others

ମା'

ମା'

1 min
152


ମା ର ହୃଦୟ ନୀଳସାଗରପରି ଗଭୀର

ମା ର ହୃଦୟ ଆକାଶ ଠାରୁ ଉଚ୍ଚରେ

କିଏ ଦେଖିଛି ତା ହୃଦୟ

ମୁଁ ଦେଖିଛି ,

ରୋଷେଇ କଲାବେଳେ ତେଲ 

ଛିଟିକୁଥିବା ତା ହାତକୁ

ମତେ ଅ ଆ ଶିଖେଇଥିବା ସେହି ହାତକୁ

ହାତଧରି ଚଲେଇଥିବା ସେହି ହାତକୁ

ମୋ ଉପରେ ଥରେ ହାତ ଉଠେଇ 

ବାରବାର ଖୁଏଇ ଦେଉଥିବା ସେହି ହାତକୁ

ସମସ୍ତେ ଖାଇଲା ପରେ ଥରେ ହାଣ୍ଡି କଡେଇ ଦେଖନ୍ତୁ

ସେ ହେଉଛି ମା '

ମା ସମ୍ବେଦନା ,ଭାବନା ଆଉ ଅନୁଭବ 

ମା ଜୀବନ ଫୁଲର ମଧୁର ବାସନା

ମା କାନ୍ଦୁଥିବା ପିଲାପାଇଁ ପଣତ

ମା ମରୁଭୂମି ର ନଈ 

ମା ସଂଗୀତର ଝଙ୍କାର

ମା ଆଳତୀର ଥାଳି

ମା ବସନ୍ତର କୋଇଲି କୁହୁ

କିଛି ନକହି ବି ଯିଏ ଆମକୁ ବୁଝେ ସେ ମା 

ମା ପରମାତ୍ମାଙ୍କ ପରିଚୟ

ମା ତ୍ୟାଗ ର ପ୍ରତୀକ 

ମା ସେବାର ପ୍ରତିରୂପ 

ମା ହେଉଛି ଅନୁଷ୍ଠାନ ପୁଣି ପୃଥିବୀ

ଯାହାବିନା ଆମର ଅସ୍ଥିତ୍ୱ ନାହିଁ ॥


Rate this content
Log in

Similar oriya poem from Abstract