STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ମା ଓ ମମତା

ମା ଓ ମମତା

1 min
345

' ମ ' ର ଆକ୍ଷରିକ ଅର୍ଥ

           ବ୍ରହ୍ମା ବିଷ୍ଣୁ ମହେଶ୍ଵର,

ତ୍ରିଶକ୍ତିର ଏକ ବ୍ରହ୍ମ

          ଏ ସଂସାରର ଆଧାର।


'ମ 'ରେ 'ଆ' କାର ସଂଯୋଗେ

       'ମା' ଯେ ଆଦିଶକ୍ତି ଦେବୀ,

ସେବା ଯତ୍ନ ତ୍ୟାଗ ପଣେ

         ସେ ସର୍ବଂସହା ପୃଥିବୀ।


ହୃଦୟ ତାର ପବିତ୍ର

            ମନ ନିରିମଳ ସ୍ଵଚ୍ଛ,

ସନ୍ତାନର ଲାଗି ସିଏ

          ନିଜ ସୁଖ ମଣେ ତୁଚ୍ଛ।


ଅନ୍ତରରୁ ଝରେ ତାର

          ସୁଧା ଧାରାର ମମତା,

ତା' ସ୍ନେହ ସହାନୁଭୂତି

           କରାଏ ଜଗତଜିତା।


ମା' ର ମହିମା ଅପାର

          ଜଗତେ ଅତୁଳନୀୟା,

ମହୀୟସୀ ଗରୀୟସୀ

        ସେ ସର୍ବଦା ପୂଜ୍ୟନୀୟା।


ମା'ଠାରୁ ବଡ଼ ସଂସାରେ

      ଆଉ କେ ହୋଇ ପାରେନା,

ଭାଗ୍ୟେ ଲେଖାଥାଏ ତାର

         ସକଳ ଦୁଃଖ ଯାତନା।


ଅସହ୍ୟ ଗର୍ଭ ବେଦନା

          ସହି ସେ ଦିଏ ଜନମ,

ଲାଳନ ପାଳନ କରି

         ପିଲାକୁ କରେ ଉତ୍ତମ।


ତା' କୋଳ ସରଗପୁର

          ପଣତ ଅଭୟ ନେତ,

ଆଶିଷେ ଘୁଞ୍ଚେ ବିପଦ

       ମୁଣ୍ଡେ ରଖିଦେଲେ ହାତ।


ଜନନୀ ଜନ୍ମଭୂମିର

          ଋଣ ହୁଏନା ତ ସୁଝି,

ସୁସନ୍ତାନ ତା' ସେବାରେ

          ରତ ଥାଏ ସବୁ ବୁଝି। 


ମା' ଆଖିରେ ଦେଲେ ଲୁହ

        ସେ ପାଲଟେ ଅଭିଶାପ, 

ଜୀବନେ ମିଳେନା ଶାନ୍ତି

         ଦୁଃଖ ଆସଇ ଅମାପ।


ମା'ର ମମତା ଅମୃତ

           ଝରୁଥାଏ ଅବିରତ,

ତାର ଶ୍ରୀଚରଣେ ତଳେ

       କୋଟି କୋଟି ପ୍ରଣିପାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action