STORYMIRROR

Jyotiranjan Acharya

Inspirational

3  

Jyotiranjan Acharya

Inspirational

ମା ଓ ମାଟି

ମା ଓ ମାଟି

1 min
214

ମା'ଟିଏ ଜନ୍ମ ଦିଏ

ବକ୍ଷ ଫାଡ଼ି ରକ୍ତ ଦିଏ

ନଖାଇ ବି ଖାଦ୍ୟ ଦିଏ

ଧୂଳି ମଳି ଝାଡି ଦିଏ

ଦୁଃଖ ନେଇ ସୁଖ ଦିଏ

କଷ୍ଟ ହରି ଆନନ୍ଦ ଦିଏ

ଅପବାଦ ନେଇ ସୌହାର୍ଦ୍ଦ୍ୟ ଦିଏ

ଦେଇ ଦେଇ ସେହି ଦେବୀ

କ'ଣ ପାଇଁ ଏକା ହୋଇ ଯାଏ?


ମାଟି ଏ ଛାତି ପତାଏ

ପଦାଘାତେ ହସୁଥାଏ

ପିଲା ପାଇଁ ସବୁ ସହେ

କ୍ଷତ ବିକ୍ଷତ ବି ହୁଏ

ଟିକେ ବି କ୍ଷୋଭ ନଥାଏ

ଶରୀର ବିଛାଇ ଦିଏ

ସୁନା ଫସଲ ଫଳାଏ

ମଇଳା ଆବୋରି ନିଏ

ସୁଖ ସ୍ବାସ୍ଥ୍ୟ ଦାନ ଦିଏ

କଂକ୍ରିଟ ଜଙ୍ଗଲ ମୁଣ୍ଡାଏ

କାରଖାନା ଧୂଆଁ ପିଏ

ନିଜର ସନ୍ତାନ ପାଇଁ

ନିଜେ ହିଁ ଦୂଷିତ ହୁଏ।


କେମିତି ସନ୍ତାନ କୁହ

ଦେଖନି କି ମା' ଲୁହ

ଅନ୍ଧ ସୁଖେ ମାତି ଥାଅ

ଶୁଭୁନି ମା'ଟିର କୋହ

ଉପଦ୍ରବି ପୁଅ ଝିଅ

ପଡ଼ିଯିବ ମାଟି ଲୁହ

ଅବସ୍ଥା ହେଲା ଦୁଃସହ

ପ୍ରକୃତି ନୁହେଁ ଅକ୍ଷୟ

ଏତେ ସବୁ ଅବକ୍ଷୟ

ଆଣିବ ନିଶ୍ଚେ ପ୍ରଳୟ

ହୁସିଆର ହୋଇ ରୁହ

ପଦକ୍ଷେପ ଶିଘ୍ର ନିଅ

ମା'କୁ ଆଦରି ନିଅ

ମାଟିର ସ୍ଥିତି ବଞ୍ଚାଅ

ମା' ମାଟି ନବଞ୍ଚିଲେ

ବଞ୍ଚିବ କିପରି କୁହ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational