STORYMIRROR

Suchismita Behera

Inspirational Children

4  

Suchismita Behera

Inspirational Children

ମା-ଝିଅ ବନ୍ଧୁ

ମା-ଝିଅ ବନ୍ଧୁ

1 min
296

ଜନ୍ମ ପୂର୍ବରୁ ସମ୍ପର୍କ ହୁଏ ଏକ ସ୍ଥାପିତ

ଜନ୍ମ ପରେ ତା କୋଳରେ ଲାଳିତପାଳିତ 

'ମା' ବୋଲି ନାମ ତାର କୁହେ ସାରା ଦୁନିଆ

'ମା' ହୋଇ ହୋଇଯାଏ ସିଏ ଆମ ଦୁନିଆ ।


ଅବୁଝା ମନରେ ଦିଏ ତୁନିଭରା ହରଷ

ବାଟବଣା ବୁଦ୍ଧିକୁ କରେ କଥା କୁହା ମଣିଷ 

କୋଳରେ ତା' ଆଦରରେ ବିତିଯାଏ ଶୈଶବ 

ବାହୁରେ ତା' ବଳ ମିଳେ କାଟିବାକୁ ଜୀବନ ।।


ଥିଲା ପିଲାଦିନ ମୋର ତା' କୋଳରେ ସିମୀତ 

ବଡ ହେଲା ପରେ ହେଲି କେବଳ କାନ୍ଧରେ ଉଚ୍ଚ 

ହୃଦୟରୁ କେବେ ବି' ହେଇପାରିବିନି ତା' ପରି ବଳିୟାନ

ତା' ସ୍ନେହ ଶ୍ରଦ୍ଧା ପାଖେ ସବୁ ହୁଏ ଅସମାନ ।।


ସବୁ କଥା ଜଣା ତାକୁ, ସେ ସବୁ କଥା ବୁଝେ

ତା' ଭଳି ଭୋଳା ମନ ମୋତି ପରି ହସେ

ହୃଦୟ ତା' କୋମଳ ଯେ, ଚନ୍ଦ୍ରମାର ବିନ୍ଦୁ

ମା' ରୂପରେ ସିଏ ମୋର ପ୍ରିୟତମ ବନ୍ଧୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational