STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ମା' ଦଶଭୁଜା

ମା' ଦଶଭୁଜା

1 min
196

ଆସିଲେ ଆଶ୍ବିନ 

         ଉଭା ହୁଅନ୍ତି ମା ଦଶଭୁଜା,

ଭାବ ଭକ୍ତି ଚିତ୍ତେ

        ସର୍ବେ କରନ୍ତି ତାଙ୍କର ପୂଜା।


ଆଦିଶକ୍ତି ମାତା

       କଲ୍ୟାଣକାରିଣୀ ଦୟାମୟୀ,

ଜଗତର ହିତେ

        ମଙ୍ଗଳମୟୀ ମମତାମୟୀ।


ସେ ମହିଷାସୁର

          କରିଥିଲା ସବୁ ଅଧିକାର,

ପ୍ରକୋପରେ ତାର

        ହେଉଥିଲେ ସବୁ ଥରହର।


ଆତଙ୍କେ ତ୍ରିପୁରେ

       ଥିଲେ ଦେବ ଦାନବ ମାନବ,

ଅବତରୀ ମାଆ

       ସଂହାରି ରଖିଲେ ଭବ ଭାବ।


ଯୁଗେ ଯୁଗେ ଦେବୀ

        ଦୁର୍ଗତନାଶିନୀ ମା ତାରିଣୀ,

ଢାଳନ୍ତି ଆଶିଷ

       ଜଗତେ ସେ ମଙ୍ଗଳକାରିଣୀ।


ମାଆ ଦଶଭୁଜା

       ନାନା ରୂପରେ କରନ୍ତି କୃପା,

ସେ ଗୌରୀ ରୁଦ୍ରାଣୀ

       ଶକ୍ତି ପ୍ରଦାୟିନୀ ମା' ସ୍ୱରୂପା।


ତାଙ୍କ ପାଦେ ରହୁ

      ଯୁଗ ଯୁଗ ଯାଏଁ ମୋର ଧ୍ୟାନ,

କରୁଣା କରନ୍ତୁ

      ନିରାମୟ ହେଉ ଏ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract