STORYMIRROR

Neelima Nivedita Behera

Inspirational

2  

Neelima Nivedita Behera

Inspirational

ଲୁଣି ଚାହାଣୀ

ଲୁଣି ଚାହାଣୀ

1 min
13.3K


ସଞ୍ଜ ହେଲାକ୍ଷଣି ଜହ୍ନର ଆଗମନ

କେଇଘଡ଼ି ଲୁଟିବାକୁ ଅନ୍ଧାରର ଯୌବନ

ଅନ୍ଧାର କିନ୍ତୁ ନିରବିଯାଏ

ମନ୍ଦ ମନ୍ଦ ହସେ ଆଉ ଲୁହକୁ ଲୁଚାଏ

ଇଚ୍ଛା ବୋଧେ ହୁଏ ତାର ଲୁଟିବାକୁ ରାତି ସାରା

ତେଣୁ କରି ବିଦାୟରେ ବୁହାଏ ସେ ବିଚ୍ଛେଦ ଅସରା

ଜହ୍ନ କିନ୍ତୁ ବେଖବର୍ ଅନ୍ଧାରି ମନର

ତା' ପାଇଁ ତ ଗୁରୁତ୍ଵ ଫୁଟପାତର ଅସହାୟ, ଦରିଦ୍ରର କୁଟୀର

ଏଇ ଥିଲା ଜହ୍ନ ଆଉ ଅନ୍ଧାରର କାହାଣୀ

କବି କଲମରେ ରୋମାଞ୍ଚିତଭରା ଲୁଣି ଏକ ଚାହାଣି !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational