ଲୁହ
ଲୁହ
ସୀତାଙ୍କ ରକ୍ଷାକର୍ତ୍ତା ରାମ
ହରଣ ବେଳେ କେବଳ ଲୁହ
ଦ୍ରୌପଦୀଙ୍କର ପଞ୍ଚୁପାଣ୍ଡଵ
ବସ୍ତ୍ର ହରଣ ସମୟେ ସାଥିରେ ଲୁହ
ଦଶରଥ ପ୍ରାଣତ୍ୟାଗ କଲାବେଳେ
ଚାରିପୁତ୍ର ଥାଇ ଵି ଥିଲା ଟୋପେ ଲୁହ
ଶକ୍ତିଶାଳୀ ରାବଣ ଲଙ୍କା ଜାଳିବା ବେଳେ
ଵି ସେଇ ହୃଦୟ ଥରାଇ ଲୁହ
ସ୍ୱୟଂ ସୁଦର୍ଶନ ଚକ୍ରଧାରୀ
ସରାଗତ ସମୟରେ ଲୁହ ଛଡ଼ା କଣ ଥିଲା ଯେ
ଶରଶଯ୍ୟାରେ ପିତାମହଙ୍କ ପାଖରେ
ଅଭିମନ୍ୟୁ ଚକ୍ରବ୍ୟୂହ ସମୟରେ
ସଂସାରରେ ସବୁଠୁ ନିଜର ସେଇ
ନିଜଠୁ ନିଜର ଯାଏ ହୋଇ l
