ଲୁହ
ଲୁହ
ହୃଦୟରେ
ଉଠୁଥିବା ଅନେକ ଜୁଆର
ଆଉ ଭଟ୍ଟାର ପରିଣତି
ଝଲସି ଉଠେ ଦୁଇ ଆଖିରେ ।
ଆପେ ଆପେ
ନିର୍ଝରଣୀ ପାଲଟି ଯାଏ
କେବେ ଦୁଃଖରେ କେବେ ଖୁସୀରେ ।
ଆନନ୍ଦର ଅଶ୍ରୁ
କଷ୍ଟ ଯନ୍ତ୍ରଣାର ଲହୁ
ପ୍ରକାଶ କରିଦିଏ ଛାତିତଳେ
ସାଇତି ଥିବା ଅନେକ କିଛି ।
ଲେଖିବାକୁ ପ୍ରୟାସ କଲେ
ପାଲଟି ଯାଆନ୍ତା ବିରାଟକାୟ ପୁସ୍ତକ
ଏଥିରେ ସନ୍ଧେହ ନାହିଁ !!

