ଲୁହ ଆଞ୍ଜୁଳାରେ
ଲୁହ ଆଞ୍ଜୁଳାରେ
ଲୁହ ଆଞ୍ଜୁଳାରେ ଦେଇଦିଅ ମତେ
ସବୁ ପିଇଯିବି ସଖୀ,
ଦୁଃଖ ଦରିଆରେ ତୁମେ ଭାସିଗଲେ
ନିଜେ ହେବି ଭାରି ଦୁଃଖୀ ! ।। ୦ ।।
ଦୁନିଆରୁ ହସ ଚାଲିଯାଇପାରେ
ତୁମେ ମୋ ହସନ୍ତୀ ମିଠା
ପୁଣ୍ୟ ସଉଦାର ହିସାବରେ ସିନା
ତୁମେ ମୋ ଜୀବନ ଚିଠା,
ସ୍ମୃତି ଲେଉଟାଇ ପଢ଼ିଯାଅ ମତେ
ତୁମ ପାଇଁ ଚିର ସୁଖୀ ! ।। ୧ ।।
ଲୁହ ଆଞ୍ଜୁଳାରେ ଦେଇଦିଅ ମତେ
ସବୁ ପିଇଯିବି ସଖୀ..........
ବିରହରେ ଯଦି ହତାଶକୁ ପଡ଼ି
ମନରେ ପାଉଛ ଡର
ମନ ରାଇଜରେ ଚିର ବସନ୍ତର
କେମିତି ତୋଳିବ ଘର ?
ଭାବ ବଇଭବ ବୁଝିନିଅ ପ୍ରିୟା
ହୃଦୟରେ ନାଆଁ ଲେଖି ! ।। ୨ ।।
ଲୁହ ଆଞ୍ଜୁଳାରେ ଦେଇଦିଅ ମତେ
ସବୁ ପିଇଯିବି ସଖୀ..........

