STORYMIRROR

Prasanta Kumar Behera

Fantasy

4  

Prasanta Kumar Behera

Fantasy

ଲୋପାମୁଦ୍ରା

ଲୋପାମୁଦ୍ରା

1 min
161


କୁହ ସଖୀ ତମେ

ହେବକି ମୋ କଳାର ଦେବୀ

ମୋ କବିତାର ଭାଷା

ମୋ ଚେତନାର 

ଲୋପାମୁଦ୍ରା ।


କୁହ ସଖୀ ତମେ

ହେବକି ମୋ ଜୀବନ ମରୂୁର

ଗୁପ୍ତ ନିର୍ଝରିଣୀ 

ମୋ ହୃଦ ସିଂହାସନର

ଭ୍ଲାଦିନୀ ଭଦ୍ରା ।


ଦୂରେ ରୁହ ତମେ

ଲୋଡିବି ନାହିଁ ମୁଁ

ତମ ଓଠ ମହୁ

ତମ ଚିବୁକର

ଅମୃତ ଚୁମ୍ୱନ ମୋହ ।


ହେଲେ ସଖୀ

ମୋ କଳା କବିତାର

ଅଭିଷେକ ଲାଗି

ମୋ ସ୍ୱପ୍ନରେ ତମେ

ମୋ ଅଭିସାରିକା ହୁଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy